ହାଇକୋର୍ଟରେ ASO ପରୀକ୍ଷା ମାମଲା: ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ।

116

କନକ ବ୍ୟୁରୋ: ହାଇକୋର୍ଟରେ ଏଏସଓ ପରୀକ୍ଷା ମାମଲା ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଚୂଡ଼ାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ଶୁଣାଣି ଶେଷ ନହେବା ଯାଏଁ ଚୂଡ଼ାନ୍ତ ଫଳ ପ୍ରକାଶ ହୋଇପାରିବନି ବୋଲି ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ତଥ୍ୟ ବିଚାରଯୋଗ୍ୟ ବୋଲି ଏଭଳି ନିଷ୍ପତି ନେଇଛନ୍ତି ଉଚ୍ଚନ୍ୟାୟାଳୟ । ଏହି ମାମଲା ନେଇ ଆସନ୍ତା ୨୦ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟଙ୍କ ନିଷ୍ପତି ।

ପୂର୍ବରୁ ଓଡ଼ିଶା ଲୋକସେବା ଆୟୋଗ କହିଥିଲେ, ଏଏସଓ ପରୀକ୍ଷା ଅତ୍ୟନ୍ତ ସ୍ୱଚ୍ଛତାର ସହ ହୋଇଛି । ଏଥିରେ କୌଣସି ପ୍ରକାର ଅନିୟମିତତା ହୋଇନାହିଁ । ମେଧାବୀ ହିଁ ପ୍ରାର୍ଥୀ ଚୟନର ଏକମାତ୍ର ମାପଦଣ୍ଡ । ଯାହାର ଅଭିଯୋଗ କରିବାର ଅଛି ରେଜଲ୍ଟ ବାହାରିଲା ପରେ ଅଭିଯୋଗ କରନ୍ତୁ ବୋଲି କହିଥିଲେ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଫାଇନାଲ ରେଜଲ୍ଟ ପରେ ହିଁ ମାର୍କ ସିଟ୍ ଓ ଉତ୍ତର ଅପଲୋଡ଼ ହେବ । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବେ ଆବେଦନକାରୀଙ୍କୁ ଆଶ୍ୱସ୍ତ କରିଛି ।