କୋଟିଆ ଜଙ୍ଗଲରୁ ଚୋରି ହେଉଛି ବାଉଁଶ: କୋଟିଆରୁ କାଟି ନେଇ ଆନ୍ଧ୍ର ବଜାରରେ ବିକ୍ରି ହେଉଛି ବାଉଁଶ

65

କନକ ବ୍ୟୁରୋ: ଯେତେ ଯାହା କଲେ ବି କୋଟିଆ ଉପରୁ ହଟୁନି ଆନ୍ଧ୍ରର ଆଖି । କାରଣ ବଣପାହାଡ଼ ଘେରା କୋଟିଆ ଗ୍ରାମପୁଞ୍ଜରେ ଯେତିକି ଖଣିଜ ସମ୍ପଦ ରହିଛି ସେତିକି ଜଙ୍ଗଲ ସମ୍ପଦ ରହିଛି । ହଜାର ହଜାର ଏକର ଜମିରେ ଔଷଧୀୟ ବୃକ୍ଷ ରହିଛି । ପ୍ରାକୃତିକ ଘଂଚ ଜଙ୍ଗଲରେ ବର, ଅଶ୍ୱତ୍ଥ, ମହୁଲ, ତେନ୍ତୁଳି, ପଣସ ସହ ବାଉଁଶ ବଣ ରହିଛି । କୋଟିଆ ଗାଁକୁ ନିଜ କରିବାକୁ ମସୁଧା କରୁଥିବା ପଡୋଶୀ ରାଜ୍ୟକୁ ଏବେ କୋଟିଆରୁ ବାଉଁଶ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ମାଫିଆମାନେ କୋଟିଆ ଜଙ୍ଗଲରୁ ନିଦା ଓ ଲମ୍ବା ଲମ୍ବା ବାଉଁଶ କାଟି ପକାଉଛନ୍ତି । ରାତି ଅଧିଆ ଟ୍ରକ ଓ ଟ୍ରାକ୍ଟରରେ ବୋହି ନେଉଛନ୍ତି । କୋରାପୁଟ କୋଟିଆରୁ ବାଉଁଶ କାଟି ସୀମା ଆରପଟେ ଥିବା ମାନ୍ୟମ ଜିଳ୍ଲାର ସରକା ହାଟରେ ଏହାକୁ ବିକ୍ରି କରୁଛନ୍ତି । ପ୍ରତି ସପ୍ତାହରେ ଏକ ଲକ୍ଷରୁ ଉଦ୍ଧ୍ୱର୍ ଗଛ କଟାଯାଉଥିବା ବେଳେ ରାଜସ୍ୱ ହରାଉଛି ଓଡ଼ିଶା ।