ଦିଲ୍ଲୀରେ ମାଗଣା ବିଜୁଳି ସେବା : ପୁଣି ୧ବର୍ଷ ଅବଧୀ ବଢାଇଲେ କେଜ୍ରିୱାଲ ସରକାର

142

କନକ ବ୍ୟୁରୋ : ଦିଲ୍ଲୀରେ ପୁଣି ବିଜୁଳି ବିଲ୍ ସବସିଡିକୁ ଏକ ବର୍ଷ ଯାଏଁ ବୃଦ୍ଧି କରିଛନ୍ତି କେଜ୍ରିୱାଲ ସରକରା । ଦିଲ୍ଲୀବାସିଙ୍କ ପାଇଁ ମାସିକ ୨୦୦ ୟୁନିଟ୍ ମାଗଣା ବିଜୁଳି ସେବା ଜାରି ରହିବ । ୨୦୧ରୁ ୪୦୦ ୟୁନିଟ୍ ବ୍ୟବହାର କରୁଥିବା ଲୋକଙ୍କୁ ୫୦ ପ୍ରତିଶତ ସବସିଡି ମିଳିବ ।

ତେବେ ଦିଲ୍ଲୀର ଶକ୍ତି ମନ୍ତ୍ରୀଙ୍କ କହିବା ଅନୁସାରେ, ମାସିକ ବିଜୁଳି ବିଲ୍ ସବସିଡିକୁ ବନ୍ଦ କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି । ଅନ୍ୟପଟେ ବିଜେପିକୁ କାଉଣ୍ଟର କରି କେଜ୍ରିୱାଲ ଜନସାଧାରଣଙ୍କୁ କହିଛନ୍ତି, ଯେପର୍ଯ୍ୟନ୍ତ ମୁଁ ଅଛି ସେପର୍ଯ୍ୟନ୍ତ କେହିବି କୌଣସି ସମସ୍ୟା ଭୋଗିବେ ନାହିଁ । ତେବେ ୨୦୧୯ରୁ କେଜ୍ରିୱାଲ ସରକାର ମାଗଣା ବିଜୁଳି ସେବା ଆରମ୍ଭ କରିଥିଲେ ।