ବିବାଦ ପରେ ହଟିଲା ବରପୁତ୍ରଙ୍କ ପ୍ରତିମୂର୍ତ୍ତି : ନବକୃଷ୍ଣ ଚୌଧୁରୀଙ୍କ ମୂର୍ତ୍ତିକୁ ସମ୍ପୂର୍ଣ୍ଣ ହଟାଇଲା ଅନୁଗୁଳ ପ୍ରଶାସନ; ପୋଷାକ ପରିଧାନକୁ ନେଇ ହୋଇଥିଲା ଅଭିଯୋଗ

97

କନକ ବ୍ୟୁରୋ : ବିବାଦ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ହଟାଇ ଦେଇଛି ପ୍ରଶାସନ । ନବକୃଷ୍ଣଙ୍କ ପୋଷାକ ପରିଧାନ ନେଇ ପୁୂଣି ଥରେ ବିବାଦ ଦେଖାଦେଇଥିଲା । ଏନେଇ ଦୁଇ ଦୁଇଥର ପ୍ରତିମୂର୍ତ୍ତିର ପୋଷାକ ପରିବର୍ତ୍ତନ କରାଯାଇଥିଲା । ବାରମ୍ବାର ସମାଲୋଚନା ଓ ବିରୋଧ ପରେ ପ୍ରତିମୂର୍ତ୍ତି ଥିବା ଅନୁୁଗୁଳ କୋର୍ଟ ସାମ୍ନା ଗୋପବନ୍ଧୁ ପାର୍କ ଗେଟରେ ତାଲା ପକାଇ ଦିଆଯାଇଥିଲା । ଆଉ ଶେଷରେ ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି ।

ପ୍ରଥମେ ନବକୃଷ୍ଣଙ୍କୁ ପ୍ୟାଣ୍ଟ କୋର୍ଟ ସହ ପାଦରେ ବୁଟ୍ ପିନ୍ଧାଯାଇଥିଲା । ଯାହା ବିରୋଧ କରାଯାଇଥିବା ବେଳେ ପ୍ରଶାସନ ଭୁଲ ମାନିଥିଲା । ସେହି ପୋଷାକ ବଦଳାଇ ମୂର୍ତ୍ତିରେ ଧୋତି ପଞ୍ଜାବୀ ପିନ୍ଧାଇଥିଲା ଅନୁଗୁଳ ପୌରପାଳିକା । ହେଲେ ପୁଣି ସମାଲୋଚନା ହୋଇଥିଲା । ନବକୃଷ୍ଣ ପାଦ ପର୍ଯ୍ୟନ୍ତ ନୁହେଁ ଆଣ୍ଠୁ ଲୁଚୁନଥିବା ଧୋତି ପିନ୍ଧୁଥିବା ବେଳେ ଏହିଭଳି ତାଙ୍କ ମୂର୍ତ୍ତିରେ ପୋଷାକନେଇ ବିବାଦ ବଢିଥିଲା । ବିବାଦ ବଢିଚାଲିଥିବା ବେଳେ ଶେଷରେ ପାର୍କରେ ଥିବା ନବକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି ।