କନକ ବ୍ୟୁରୋ: ନିଜର ସାମନ୍ୟ ଭୁଲକୁ ବି ନଲୁଚାଇ ବରଂ ପ୍ରକାଶ କରିବାରେ ନିଜର ବଡପଣ ବୋଲି ପ୍ରମାଣ କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ । ଏହାଦ୍ୱାରା ଅନ୍ୟମାନେ ମଧ୍ୟ କିଛି ଭୁଲ କରିବା ପୂର୍ବରୁ ବାରମ୍ବାର ଚିନ୍ତା କରି ନିଜର ଭୁଲ ସୁଧାରିବେ ବୋଲି ବିଶ୍ୱାସ ରଖନ୍ତି ଜଷ୍ଟିସ୍ ଚନ୍ଦ୍ରଚୂଡ । ଏହାର ପ୍ରମାଣ ହେଉଛି କୋର୍ଟରେ ମାତ୍ର ୧୦ ମିନିଟ ବିଳମ୍ବରେ ପହଞ୍ଚି ସମସ୍ତ ସହକର୍ମୀଙ୍କୁ ହାତ ଯୋଡି ଭୁଲ ମାଗିଥିଲେ ଜଷ୍ଟିସ୍ ଚନ୍ଦ୍ରଚୂଡ ।
Kanak News is now on WhatsApp
Join and get latest news updates delivered to you via WhatsApp
‘ସରି! ମୋର ଆସିବାରେ ଡେରି ହେଇଗଲା’ ଏଭଳି କହି ହାତ ଯୋଡି କୋର୍ଟରେ ଉପସ୍ଥିତ ସମସ୍ତଙ୍କୁ ଅତି ବିନମ୍ରତାର ସହ କ୍ଷମା ମାଗିିଥିଲେ ଜଷ୍ଟିସ୍ ଚନ୍ଦ୍ରଚୂଡ । ଗଣମାଧ୍ୟମ ରିପୋର୍ଟ ମୁତାବକ, ଦିନେ ଡିୱାଇ ଚନ୍ଦ୍ରଚୂଡଙ୍କୁ କୋର୍ଟରେ ପହଞ୍ଚିବାକୁ ୧୦ ମିନିଟ ବିଳମ୍ବ ହୋଇଥିଲା । ହେଲେ ଯେତେବେଳେ ସେ କୋର୍ଟରେ ପହଞ୍ଚିଲେ ହାତ ଯୋଡି ସମସ୍ତଙ୍କୁ କ୍ଷମା ମାଗିଥିଲେ । କହିଥିଲେ ‘ସରି! ମୋର ଡେରି ହୋଇଗଲା । କ୍ଷମା କରିବେ ମୁଁ ଏକ ମାମଲାକୁ ନେଇ ସାର୍ଥୀ ଜଜଙ୍କ ସହ ଆଲୋଚନା କରୁ କରୁ ଡେରି ହେଇଗଲା’ । କିନ୍ତୁ ଜଣେ ମୁଖ୍ୟ ବିଚାରପତିଙ୍କ କ୍ଷେତ୍ରରେ ସାମାନ୍ୟ ଘଟଣାକୁ ନେଇ ସମସ୍ତଙ୍କୁ ଖୁସି କରିଦେଇଥିଲା ।
ତାଙ୍କର ଏପରି କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ସେ ସବୁଠୁ ନିଆରା । ଏହାସହ କୌଣସି ଭୁଲ ହେଉ କି ଗୁରୁତର କଥାକୁ ଅତି ସହଜରେ ପ୍ରକାଶ କରି ସମାଧାନ କରିବାକୁ ଚେଷ୍ଟା କରନ୍ତି, ଯାହା ତାଙ୍କୁ ଅନ୍ୟ ଜଜଙ୍କଠାରୁ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲିି କହିଛନ୍ତି ଆହ୍ଲାବାଦ ହାଇକୋର୍ଟର ସେବାନିବୃତ୍ତ ଜଜ୍ ।