ଆନ୍ଦୋଳନ ବେଳେ ଜୟପୁରରେ ଉତେଜନା। ସମର୍ଥନ କରୁନଥିବା ଡ୍ରାଇଭରଙ୍କୁ ପୋଲିସ ଉପସ୍ଥିତିରେ ମାଡ଼ମାରିଲେ ଆନ୍ଦୋଳନକାରୀ।

108

କନକ ବ୍ୟୁରୋ: ୯ ଦଫା ଦାବି ନେଇ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ମହାସଂଘ । ଏମାନଙ୍କ ଆନ୍ଦୋଳନକୁ ସହଯୋଗ କରି ନାହାଁନ୍ତି ଘରୋଇ ଓ ସରକାରୀ ବସ ଡ୍ରାଇଭର ସଂଘ । ଜୟପୁରରେ ମହାସଂଘ ତରଫରୁ ଚାଲିଥିବା ଆନ୍ଦୋଳନ ସମୟରେ ଆନ୍ଦୋଳନକୁ ସମର୍ଥନ କରୁନଥିବା ଡ୍ରାଇଭରଙ୍କ ବେକରେ ଫୁଲ ମାଳ ସଂଘ ତରଫରୁ ଦିଆଯିବାକୁ ନେଇ ଅପ୍ରିତିକର ପରିସ୍ଥିତି ଦେଖାଦେଇଛି ।

ଜଣେ ଡ୍ରାଇଭର ଏହାକୁ ପ୍ରତିବାଦ କରିବାକୁ ତାଙ୍କୁ ସଂଘର କିଛି କର୍ମକତା ପୋଲିସ ଉପସ୍ଥିତିରେ ମାଡ଼ମାରିଛନ୍ତି । ପୋଲିସ ଆନ୍ଦୋଳନରତ ୩ଜଣଙ୍କୁ ଡ୍ରାଇଭରଙ୍କୁ ଟାଉନ ଥାନା ଆନ୍ଦୋଳନସ୍ଥଳକୁ ଉଠାଇ ଆଣି ଅଟକ ରଖିଛି । ପୋଲିସର ଆନ୍ଦୋଳନ ପରେ ଥାନା ସମ୍ମୁଖରେ ଭିଡ଼ ଜମାଇଛନ୍ତି ଆନ୍ଦୋଳନରତ ଡ୍ରାଇଭର । ପୋଲିସର ଯାତାୟାତ ପଥକୁ ବନ୍ଦ କରିଛନ୍ତି ।