ଆଜିଠାରୁ ରାଜନୈତିକ କ୍ୟାରିୟର ଆରମ୍ଭ କଲେ କଣ୍ଠଶିଳ୍ପୀ ଅନୁରାଧା ପଡୱାଲ । ଜାଣନ୍ତୁ କେଉଁ ପାର୍ଟିରେ ଯୋଗ ଦେଲେ

1,086

କନକ ବ୍ୟୁରୋ : ପ୍ରସିଦ୍ଧ ଗାୟୀକା ଅନୁରାଧା ପଡୱାଲ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତିି । ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି ।

ଆଜି ନିର୍ବାଚନ କମିଶନର ଆଗାମୀ ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି । ଠିକ୍ ଏହି ସମୟରେ ଅନୁରାଧା ବିଜେପିରେ ଯୋଗ ଦେଉଥିବାରୁ ତାଙ୍କୁ ବିଜେପି ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି ।

ଅନୁରାଧା ପଡୱାଲ ଜଣେ ପସିଦ୍ଧ କଣ୍ଠଶିଳ୍ପୀ । ସେ ୯୦ ଦଶକରେ ଭଜନ ଗାଇ ବେଶ ଲୋକପ୍ରିୟ ହୋଇଥିଲେ । ଏବେ ସେ ୬୯ ବର୍ଷରେ ପଦାର୍ପଣ କରିଛନ୍ତି । ସେ ୧୯୬୯ ମସିହାରେ ଅରୁଣ ପଡୱାଲଙ୍କୁ ବିବାହ କରିଥିଲେ । ଅରୁଣ ପଡୱାଲ ଏସଡି ବର୍ମନଙ୍କ ନିକଟରେ ସହଯୋଗୀ ସଂଗୀତ ସଂଯୋଜକ ଭାବେ କାମ କରୁଥିଲେ । ଅନୁରାଧାଙ୍କୁ ଗୋଟିଏ ପୁଅ ଓ ଗୋଟିଏ ଝିଅ । ହେଲେ କିଛି ବର୍ଷ ପୂର୍ବରୁ ତାଙ୍କ ପୁଅଙ୍କର ମୃତ୍ୟୁ ହୋଇଥିଲା । ଏହାସହ ୧୯୯୧ ମସିହାରେ ଅରୁଣ ପଡୱାଲଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି ।