ଲାଉଡସ୍ପିକର ଲଗାଇ ଆଜାନ ପଢିବା ବିବାଦ, ଜାଣନ୍ତୁ କଣ କହିଲେ ଅନୁରାଧା ପୌଡୁୱାଲ

156

କନକ ବ୍ୟୁରୋ : ହିଜାବ ପରେ ଏବେ ଦେଶରେ ଆଜାନ ଏକ ବଡ ବିବାଦ ଭାବେ ଉଭା ହୋଇଛି । ମୁସଲିମ୍ ସଂପ୍ରଦାୟର ଲୋକମାନେ ମସଜିଦରେ ଲାଉଡସ୍ପିକର ଲଗାଇ ଆଜାନ ପଢିବାକୁ ଅନେକ ଲୋକ ବିରୋଧ କରିଛନ୍ତି । ଏହି କ୍ରମରେ ଆଜି ନିଜର ମତ ରଖିଛନ୍ତି ଦେଶର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନୁରାଧା ପୌଡୁୱାଲ । ସେ କହିଛନ୍ତି କି ଆଜାନ ପଢିବା ବେଳେ ଲାଉଡସ୍ପିକର ବ୍ୟବହାର କରିବା ବନ୍ଦ ହେବା ଆବଶ୍ୟକ । ତାଙ୍କ କହିବା କଥା କି ଅନ୍ୟଦେଶମାନେ ଏହା ଉପରେ କେବେ ଠାରୁ ପ୍ରତିବନ୍ଧକ ଲଗାଇଥିବା ବେଳେ ଭାରତ ସରକାର ଏବେ ଏହା ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ ।

କହିରଖୁ କି ଏହା ପୂର୍ବରୁ ମହାରାଷ୍ଟ୍ରର ରାଜନୈତିକ ଦଳ ନବନିର୍ମାଣ ସେନା ଆଜାନ ସମୟରେ ଲାଉଡସ୍ପିକର ବ୍ୟବହାର କରିବାକୁ ବିରୋଧ କରିଥିଲେ । ଏନେଇ ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ କହିଥିଲେ କି ଯଦି ମୁସଲିମ ସଂପ୍ରଦାୟର ଲୋକେ ଆଜାନ ପଢିବା ବେଳେ ଲାଉଡସ୍ପିକର ବ୍ୟବହାର କରନ୍ତି ତେବେ ମସଜିଦ ସାମ୍ନାରେ ହନୁମାନ ଚାଳିଶା ପଢାଯିବ । ଏହାପରେ ଏବେ ଏହା ଦେଶରେ ଏକ ବଡ ପ୍ରସଙ୍ଗ ହୋଇଛି । ଏନେଇ ଅନୁରାଧା କହିଛନ୍ତି କି ଆଜାନ ପଢିବା ବେଳେ ଲାଉଡସ୍ପିକରର କୌଣସି ଆବଶ୍ୟକତା ନାହିଁ ।

ଏହି ପ୍ରସିଦ୍ଧ କଣ୍ଠଶୀଳ୍ପି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କି, ବିଶ୍ୱର ଅନେକ ରାଷ୍ଟ୍ର ଭ୍ରମଣ କରିବା ଭିତରେ ଏଭଳି ବ୍ୟବସ୍ଥା ଭାରତ ବ୍ୟତୀତ କୌଣସି ରାଷ୍ଟ୍ରରେ ନଥିବା କଥା ସେ ଦେଖିଛନ୍ତି । ସେ କହିଛନ୍ତି କି, ମୁଁ କୌଣସି ଧର୍ମର ବିରୋଧ କରୁ ନାହିଁ ହେଲେ ନିର୍ଦ୍ଧିଷ୍ଟ ଏକ ଧର୍ମର ଲୋକ ଏଭଳି କରୁଥିବାରୁ ଅନ୍ୟ ଧର୍ମର ଲୋକେ ଏହାକୁ ନେଇ ଅଭିଯୋଗ କରିବେ ।