ସମ୍ପତ୍ତି ପାଇଁ ସଇତାନ ସାଜିଲା ସ୍ୱାମୀ: ପତ୍ନୀଙ୍କୁ ହତ୍ୟା ପରେ ୨୪ଘଂଟା ଧରି ଘର ଭିତରେ ଲୁଚାଇ ରଖିଥିଲା ଶବ

339

କନକ ବ୍ୟୁରୋ: ସମ୍ପତି ଯୋଗୁଁ ସଇତାନ ସାଜିଲ ସ୍ୱାମୀ । ସ୍ୱାର୍ଥ ହାସଲ ପାଇଁ ଅସୁସ୍ଥ ସ୍ତ୍ରୀର ବିଭତ୍ସ ହତ୍ୟା କରିବାକୁ ମଧ୍ୟ ପଛାଇଲା ନାହିଁ । ଏଭଳି ଏକ ବିଚଳିତ କରିବା ଘଟଣା ଘଟିଛି ନୋଏଡା । ସମ୍ପତି ଲୋଭରେ ସ୍ତ୍ରୀକୁ ହତ୍ୟା କରିବା ସହ ମୃତ ଦେହକୁ ୪୮ଘଂଟା ଧରି ଲୁଚାଇ ରଖିଥିଲା ସ୍ୱାମୀ । ସବୁଠୁ ବଡ କଥା ହେଉଛି ହତ୍ୟାର ଶିକାର ହୋଇଥିବା ମହିଳା ହେଉଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ରିନୁ ସିହ୍ନା ଓ କ୍ୟାନସରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।

ନୋଇଡାରେ ସୁପ୍ରିମକୋର୍ଟ ମହିଳା ଓକିଲ ରେଣୁ ସିହ୍ନା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଉଛନ୍ତି ମୃତ ମହିଳା ଓକିଲଙ୍କ ସ୍ୱାମୀ ନିତିନ୍ । ନୋଇଡାର ସେକ୍ଟର ୩୦ ସ୍ଥିତ ଘରେ ଥିବା ଷ୍ଟୋର ରୁମ୍ଭିତରେ ସେ ଲୁଚିରହିଥିବା ବେଳେ ପୋଲିସ ସେଠାରୁ ତାଙ୍କୁ ଗିରଫ କରିଛି । ପୋଲିସ କହିବା ମୁତାବିକ, ବହୁ ଛାନ୍ଭିନ୍ ପରେ ରବିବାର ରାତି ପ୍ରାୟ ୩ଟା ବେଳକୁ ଘରର ଷ୍ଟୋର ରୁମରୁ ତାଙ୍କୁ ଗିରଫ କରାଯାଇଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ସମ୍ପତି ବିବାଦ ଥିବା ନେଇ ସନ୍ଦେହ କରିଛି ପୋଲିସ ।

ସୁପ୍ରିମକୋର୍ଟର ୬୧ ବର୍ଷୀୟ ମହିଳା ଓକିଲ ହେଉଛନ୍ତି ରେଣୁ ସିହ୍ନା । ରବିବାର ତାଙ୍କ ମୃତଦେହ ଗାଧୁଆଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା । ତେବେ ସେ ୨ ଦିନ ଧରି ଫୋନ୍ ଉଠାଉନଥିବାରୁ ଏନେଇ ପୋଲିସକୁ ଜଣାଇଥିଲେ ରେଣୁଙ୍କ ଭଉଣୀ । ଏହାପରେ ବାପ ଘର ଲୋକେ ପୋଲିସକୁ ଧରି ରେଣୁଙ୍କ ଘରେ ପହଂଚିଥିବା ବେଳେ ସେଠାରେ ତାଲା ପଡିଥିଲା । ପରିବାର ଲୋକଙ୍କ ଉପସ୍ଥିତି ତାଲା ଭାଙ୍ଗି ଘରେ ଛାନ୍ ଭିନ୍ କରିବା ବେଳେ, ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ସେଥିରେ ସ୍ତବ୍ଧ ହୋଇଯାଇଥିଲେ ପୂରା ପରିବାର । ଗାଧୁଆଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଥିଲା ରେଣୁ ସିହ୍ନାଙ୍କ ମୃତଦେହ ।

ସେପଟେ ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲେ ରେଣୁ ସିହ୍ନାଙ୍କ ସ୍ୱାମୀ । ରେଣୁଙ୍କ ପରିବାର ପକ୍ଷରୁ ତାଙ୍କୁ ସ୍ୱାମୀ ହିଁ ହତ୍ୟା କରିଛି ବୋଲି ଅଭିଯୋଗ ଆସିବା ପରେ ପୋଲିସର ସନ୍ଦେହ ବଢିଥିଲା ରେଣୁ ସିହ୍ନାଙ୍କ ସ୍ୱାମୀ ନିତିନଙ୍କ ଉପରେ ।

ପୋଲିସ ରେଣୁଙ୍କ ସ୍ୱାମୀକୁ ଖୋଜୁଥିବା ବେଳେ ହତ୍ୟାର ଦୀର୍ଘ ୨୪ ଘଂଟା ଧରି ସେ ଘରର ଷ୍ଟୋରରୁମ୍ ଭିତରେ ଲୁଚି ରହିଥିଲେ । ବହୁ ଖୋଜାଖୋଜି ପରେ ଶେଷରେ ରବିବାର ରାତି ପ୍ରାୟ ୩ଟା ବେଳକୁ ଷ୍ଟୋରରୁମ ଭିତରୁ ପୋଲିସ ତାଙ୍କୁ ଗରିଫ କରିଛି । ଅଭିଯୁକ୍ତ ସ୍ୱାମୀ ନିତିନ୍ ଏବେ ପୋଲିସ ହେପାଜତରେ ଥିବା ବେଳେ କାହିଁକି କରାଗଲା ହତ୍ୟା ସେନେଇ ଖୁବଶୀଘ୍ର ହେବ ଖୁଲାସା ।