ଯେଉଁଠୁ ମିଳିଥିଲା ଅଙ୍କିତାଙ୍କ ଶବ ସେଇଠୁ ଉଦ୍ଧାର ହେଲା ମୋବାଇଲ, ଏବେ ଖୋଲିବ କି ପୁରା ରହସ୍ୟ

143

କନକ ବ୍ୟୁରୋ : ଅଙ୍କିତା ହତ୍ୟାକାଣ୍ଡର ଯାଂଚ କରୁଥିବା ଟିମକୁ ଏକ ବଡ ସଫଳତା ମିଳିଛି । ଯାଂଚ ଏଜେନ୍ସିକୁ ଅଙ୍କିତାଙ୍କ ମୃତ ଦେହ ଯେଉଁ ଚିଲ୍ଲା ବ୍ୟାରେଜ ତଳୁ ମିଳିଥିଲା ସେଇଠାରୁ ଆଜି ଅଙ୍କିତାଙ୍କ ମୋବାଇଲ ଉଦ୍ଧାର ହୋଇଥିବା କଥା କୁହାଯାଉଛି । ହେଲେ ଏହି ମୋବାଇଲ ଅଙ୍କିତାଙ୍କର କି ନୁହେଁ ତା ସ୍ପଷ୍ଟ ହୋଇନାହିଁ । ସେପଟେ ସୂତ୍ର ସୂଚନା ମୁତାବକ ଏସଆଇଟି ତରଫରୁ ଅଙ୍କିତା ହତ୍ୟାକାଣ୍ଡରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ଏସଆଇଟି ଆଜି ଘଟଣା ସ୍ଥଳକୁ ନେଇ ଯିବ ।

ଅନ୍ୟପଟେ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡର ଯାଂଚ କରୁଥିବା ଏସଆଇଟି ଟିମକୁ ନେଇ ବି ପ୍ରଶ୍ନ ଉଠୁଛି । ସେପଟେ ଏହି ମାମଲାରେ କୋର୍ଟ ଦ୍ୱାରା ଚୟନ ହୋଇଥିବା ଓକିଲ ଅରବିନ୍ଦ କହିଛନ୍ତି କି ଏହି ହତ୍ୟାକାଣ୍ଡ ଉପରେ ଯାଂଚ କରୁଥିବା ଏସଆଇଟି ଧାମୀ ସରକାରଙ୍କ ଅଧିନରେ କାମ କରୁଥିବାରୁ ସେମାନଙ୍କ ଠାରୁ ନ୍ୟାୟ ଆଶା କରାଯାଇ ପାରିବ ନାହିଁ ।

ସୂଚନା ଥାଉ ଯେ, ଉତ୍ତରାଖଣ୍ଡର ପୈାଡି ଗଢବାଲ ଜିଲ୍ଲାର ଏହି ଘଟଣା । ଏଠାରେ ଗଙ୍ଗା ଭୋଗପୁର ସ୍ଥିତ ବନତ୍ରା ରିଜର୍ଟର ମାଲିକ ପୁଲକିଲ ଆର୍ଯ୍ୟ ଓ ତାଙ୍କର ଦୁଇଜଣ ବନ୍ଧ ରିଜର୍ଟର ରିସେପସନିଷ୍ଟ ଥିବା ଅଙ୍କିତା ଭଣ୍ଡାରୀଙ୍କୁ ସେପ୍ଟେ୍ମ୍ବର ୧୮ ତାରିଖ ରାତିରେ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିଲେ । ଏନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତମାନଙ୍କୁ ବାନ୍ଧିବା ସହ ଏବେ ଘଟଣାର ତଦନ୍ତ କରୁଛି ।