ଅକ୍ଟୋବର ପହିଲାରେ ଲଞ୍ଚ ହେବ ୫-ଜି କମର୍ସିଆଲ ସେବା । ଜାଣନ୍ତୁ ସାଧାରଣ ଗ୍ରାହକଙ୍କ ପାଇଁ କେବେ

253

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧ ତାରିଖରେ ୫ଜି ସେବାର ଶୁଭ ଉଦଘାଟନ କରିବେ । ଦିଲ୍ଲୀ ଦ୍ୱାରକା ସେକ୍ଟର-୨୫ରେ ଥିବା ମେଟ୍ରୋର ଆଗାମୀ ଷ୍ଟେସନ ଥିବା ସୁଡଙ୍ଗରେ ଏହି ସେବାର ଶୁଭ ଉଦଘାଟନ କରିବେ ମୋଦୀ ।
ସୂଚନା ମୁତାବକ, ନିର୍ମାଣାଧିନ ଅଇଆଇସିସି ପରିସରରେ ଥିବା ସୁଡଙ୍ଗକୁ ଏହି ସେବାର ଉଦଘାଟନ ପାଇଁ ଚୟନ କରାଯାଇଛି । ଏଠାରେ ପ୍ରଧାନମନ୍ତ୍ରୀଙ୍କୁ ସୁଡଙ୍ଗ ଭିତରେ ୫ଜି ନେଟୱର୍କର ପ୍ରଦର୍ଶନ କରାଯିବ । ଏହା ଭିତରେ ୫ଜି ସେଟଅପର ଦୂରସଞ୍ଚାର ଉପକରଣ, କ୍ୟାମେରା, ଅପ୍ଟିକାଲ ଫାଇବର କେବୁଲ ରଖାଯାଇଛି ।
ଆସନ୍ତା କାଲି ଏହାକୁ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ପାଇଁ ଲଞ୍ଚ କରାଯାଉଥିବାବେଳେ , ସାଧାରଣ ଲୋକେ ଏହି ସେବା ପାଇବାକୁ ଆହୁରି ବର୍ଷେ ସମୟ ଲାଗିପାରେ ବୋଲି ବିଶେଷଜ୍ଞ ମାନେ କହିଛନ୍ତି ।