ବ୍ଲକ ହେଲା ନ୍ୟୁଜ୍ ଏଜେନ୍ସି ଏଏନଆଇର ଟ୍ୱିଟର ହ୍ୟାଣ୍ଡେଲ, ଟ୍ୱିଟର ହ୍ୟାଣ୍ଡେଲକୁ ଛୋଟଛୁଆ କହି ନିଆଗଲା କାର୍ଯ୍ୟାନୁଷ୍ଠାନ

184

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ନ୍ୟୁଜ୍ ଏଜେନ୍ସି ମଧ୍ୟରୁ ଅନ୍ୟତମ ଏଏନଆଇ ଟ୍ୱିଟର ହ୍ୟାଣ୍ଡେଲକୁ ବ୍ଲକ କରିଦିଆଯାଇଛି । ଏକ ଅଜବ କାରଣ ଦର୍ଶାଇ ଟ୍ୱିଟର ପକ୍ଷରୁ ଏଏନଆଇ ଆକାଉଣ୍ଟକୁ ବ୍ଲକ କରିଦିଆଯାଇଛି । ଟ୍ୱିଟରରେ ଏଏନଆଇର ୭.୫ ମିଲିୟନ ଅର୍ଥାତ ୭୫ଲକ୍ଷ ଫଲୋଅର୍ସ ରହିଛନ୍ତି । ଏବେ ଏହି ଆକାଉଣ୍ଟ ଖୋଲିବା ବେଳେ ଏହା ଡଜନଟ୍ ଏକ୍ସିଟ ବୋଲି ଲେଖୁଛି ।

ଟ୍ୱିଟର ହ୍ୟାଣ୍ଡେଲ ବ୍ଲକ ହେବା ପରେ ଏହାକୁ ନେଇ ଏଏନଆଇର ସଂପାଦକ ସ୍ମିତା ପ୍ରକାଶ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି ଏହା ଏଏନଆଇକୁ ଫଲୋ କରୁଥିବା ଲୋକଙ୍କ ପାଇଁ ଖରାପ ଖବର । ଦେଶରେ ସବୁଠାରୁ ବଡ ସମାଚାର ଏଜେନ୍ସି ଏଏନଆଇ । ଏହାର ୭.୬ ଲକ୍ଷ ଫଲୋଅର୍ସ ରହିଛନ୍ତି । ହେଲେ ଟ୍ୱିଟର ପକ୍ଷରୁ ଏହାର ଆକାଉଣ୍ଟକୁ ବନ୍ଦ କରିଦେବା ଏକ ବଡ ଖବର । ଟ୍ୱିଟର ତରଫରୁ ମଧ୍ୟ ଏକ ଇ-ମେଲ ପଠାଯାଇଛି । ଏଥିରେ ଲେଖାଯାଇଛି କି ଏଏନଆଇର ବୟସ ୧୩ବର୍ଷରୁ କମ୍ ହୋଇଥିବାରୁ ଏହି ଆକାଉଣ୍ଟକୁ ବ୍ଲକ କରାଯାଇଛି । ଏନେଇ ସ୍ମିତା ପ୍ରକାଶ ଲେଖିଛନ୍ତି କି, ଟ୍ୱିଟର ପକ୍ଷରୁ ପ୍ରଥମେ ଏଏନଆଇ ଆକାଉଣ୍ଟରୁ ଗୋଲ୍ଡ ଟିକ୍ ହଟାଯାଇଥିଲା । ଏହା ସ୍ଥାନରେ ବ୍ଲୁ ଟିକ ଲଗାଯାଇଛି ଓ ଏବେ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବେ ବ୍ଲକ କରାଯାଇଛି ।

ଟ୍ୱିଟର ତରଫରୁ ଏଏନଆଇର ଆକାଉଣ୍ଟ ବ୍ଲକ କରି ଲେଖାଯାଇଛି କି ଟ୍ୱିଟରରେ ଆକାଉଣ୍ଟ ଖୋଲିବାକୁ ସର୍ବନିମ୍ନ ୧୩ ବର୍ଷ ବୟସ ହୋଇଥିବା ଆବଶ୍ୟକ । ହେଲେ ଏଏନଆଇକୁ ଏବେ ୧୩ବର୍ଷ ହୋଇନାହିଁ । ଏହି କାରଣରୁ ଏଏନଆଇ ଆକାଉଣ୍ଟକୁ ବ୍ଲକ କରାଯାଇଥିବା କଥା ଟ୍ୱିଟର ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି । ଏହାସହ ଏହା ଯଦି ଠିକ୍ ନୁହେଁ ତେବେ ଟ୍ୱିଟର ସହିତ ସଂପର୍କ କରିବାକୁ ଏଏନଆଇକୁ ପରାମର୍ଶ ଦିଆଯାଇଛି ।