୨ଟା ଟମାଟୋ ପାଇଁ ସ୍ୱାମୀକୁ ଛାଡି ଚାଲିଗଲା ସ୍ତ୍ରୀ । ଉଜୁଡିଗଲା ସୁଖର ସଂସାର

1,263

କନକ ବ୍ୟୁରୋ: ଏବେ ବଜାରରେ ଟମାଟୋ ଦର ଆକାଶଛୁଆଁ । ଅନେକ ରୋଷେଇ ଘରକୁ ଟମାଟୋ ଆସିବା ବନ୍ଦ ହୋଇଗଲାଣି । ଏଭଳି ସ୍ଥିତିରେ ୨ଟା ଟମାଟୋ ପାଇଁ ଉଜୁଡିଯାଇଛି ଗୋଟିଏ ପରିବାର ।

କଥା ହେଉଛି ଟମାଟୋ ଦର ଚଢା ଥିବାବେଳେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ରାନ୍ଧି ଦେଇଥିବାରୁ ମଧ୍ୟପ୍ରଦେଶର ଶହଡ଼ୋଲ୍‌ ଜିଲ୍ଲାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ସହ କଳହ କରି ଘରଛାଡ଼ି ଚାଲିଯାଇଛନ୍ତି ।

ରିପୋର୍ଟ ଅନୁସାରେ, ‘ଟିଫିନ୍‌ ସର୍ଭିସ୍‌’ ଚଳାଉଥିବା ସଞ୍ଜୀବ ବର୍ମନ୍‌ ନାମରେ ଜଣେ ବ୍ୟକ୍ତି କେଇ ଦିନ ତଳେ ନିରାମିଷ ତରକାରି ରାନ୍ଧିବା ବେଳେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ବ୍ୟବହାର କରିଥିଲେ। ଏ କଥା ଜାଣିବା ପରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେଲା। ନପଚାରି ଟମାଟୋ ରାନ୍ଧି ଦେବାରୁ ସ୍ତ୍ରୀ ଭୀଷଣ ରାଗିଗଲେ। ଏଇ କଥାରୁ ଯୁକ୍ତିତର୍କ ହୋଇଥିଲା । ଏଇ କଥାରୁ ସ୍ତ୍ରୀ ଝିଅକୁ ଧରି ଘରଛାଡ଼ି ଚାଲିଗଲେ। ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ସ୍ଥାନୀୟ ଥାନାରେ ଯାଇ ସହଯୋଗ ଲୋଡ଼ିଛନ୍ତି ସ୍ୱାମୀ । ସେ କୁଆଡ଼େ ଯାଇଛନ୍ତି ଜାଣି ପାରୁନି କି, ୩ ଦିନ ହେବ ତାଙ୍କ ସହିତ କଥାବାର୍ତ୍ତା କରିପାରିନାହିଁ ବୋଲି କାନ୍ଦି କାନ୍ଦି କହିଥିଲେ ସ୍ୱାମୀ ।