ହିନ୍ଦୀ ସିନେମାରେ ବିଗ ବିଙ୍କ ୫୫ବର୍ଷ । ସୋସିଆଲ ମିଡିଆରେ ଅମିତାଭଙ୍କୁ ଶୁଭେଚ୍ଛାର ସୁଅ

119

କନକ ବ୍ୟୁରୋ : ହିନ୍ଦୀ ସିନେମା ଜଗତରେ ୫୫ବର୍ଷର ଯାତ୍ରା ପୂରା କଲେ ବିଗ ବି ଅମିତାଭ ବଚ୍ଚନ । ଏଆଇ ଏକ ସ୍ୱତନ୍ତ୍ର ଫଟୋ ଜାରି କରି ଅମିତାଭଙ୍କୁ ଶୁଭେଚ୍ଛା ଜଣାଇଛି । ସେହି ଫଟୋକୁ ବିଗ ବି ନିଜ ସୋସିଆଲ ମିଡିଆ ଆକାଉଁଟରେ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି । ୧୯୬୯ ମସିହାରେ ସାତ ହିନ୍ଦୁସ୍ତାନୀ ଫିଲ୍ମ ଜରିଆରେ ଡେବ୍ୟୁ କରିଥିଲେ ଅମିତାଭ । ୫ଦଶକ ମଧ୍ୟରେ ଭିନ୍ନ ଭିନ୍ନ ସ୍ୱାଦର ସିନେମା ସହ ଦର୍ଶକଙ୍କ ମନୋରଂଜନ କରିଛନ୍ତି । ଅନେକ ବ୍ଲକବଷ୍ଟର ସିନେମାର ଭେଟି ଦେଇ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ବନାଇପାରିଛନ୍ତି । ଜଣେ ଅଭିନେତା, ପ୍ରଯୋଜକ, ଉପସ୍ଥାପକ ସହ ବିଭିନ୍ନ ଭୂମିକାକୁ ବେଶ ସଫଳତାର ସହ ତୁଳାଇ ଦର୍ଶକଙ୍କ ହୃଦୟରେ ଖାସ ସ୍ଥାନ ବନାଇ ପାରିଛନ୍ତି ।