ଠକେଇ ମାମଲାରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଓ ଦୁଇ ପୁଅ ଦୋଷୀ ସାବ୍ୟସ୍ତ । ୩୫କୋଟି ୫୦ ଲକ୍ଷ ଟଙ୍କା ଜରିମାନ

99

କନକ ବ୍ୟୁରୋ : ବଢ଼ିଲା ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ । ଆମେରିକା ପୂର୍ବତନ ରାଷ୍ଟ୍ରପତି ଠକେଇ ମାମଲାରେ କୋର୍ଟରୁ ମିଳିଛି ଝଟକା । ଟ୍ରମ୍ପଙ୍କୁ କୋର୍ଟ ୩୫୫ ମିଲିୟନ ଅର୍ଥାତ ୩୫କୋଟି ୫୦ ଲକ୍ଷ ଟଙ୍କା ଜରିମାନ ଲଗାଇଛନ୍ତି । ନାଗରିକ ଠକେଇ ମାମଲାରେ ଶୁକ୍ରବାର ଟ୍ରମ୍ପ ଓ ତାଙ୍କ କମ୍ପାନୀକୁ ଜରିମାନା ଦେବାକୁ କୋର୍ଟ କହିଛନ୍ତି । ଏହା ସହ ତାଙ୍କୁ ନ୍ୟୁୟର୍କରେ କମ୍ପାନୀ ନିର୍ଦ୍ଦେଶକଭାବେ କାମ କରିବାକୁ ବାରଣ କରାଯାଇଛି । ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟତିତ ତାଙ୍କର ଦୁଇ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟୀ ଓ ଏରିକ ଟ୍ରମ୍ପଙ୍କ ଉପରେ ମଧ୍ୟ ଜରିମାନ ଲାଗିଛି । କୋର୍ଟ ଉଭୟଙ୍କୁ ୪କୋଟି ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରମ୍ପ ଓ ତାଙ୍କ ଦୁଇ ପୁଅଙ୍କ ଉପରେ ଅଭିଯୋଗ ରହିଛି ଯେ ଠକେଇ କରି ସମ୍ପତି ବୃଦ୍ଧି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବ୍ୟାଙ୍କ, କିଛି କମ୍ପାନୀଙ୍କୁ ଠକିବା ରିଏଲ ଷ୍ଟେଟ ବ୍ୟବସାୟକୁ ବଢ଼ାଇଥିବା ଅଭିଯୋଗ ହୋଇଛି