ପ୍ରକାଶ ପାଇଲା ଏମ୍ସ ଏମବିବିଏସ ରେଜଲ୍ଟ !

33

କନକ ବ୍ୟୁରୋ : ପ୍ରକାଶ ପାଇଲା ଏମ୍ସ ଏମବିବିଏସ ରେଜଲ୍ଟ । ଏମ୍ସର ନିଜ ୱେବସାଇଟ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଏମ୍ସଏକଜାମ ଡଟ୍ ଓଆରଜିିରେ ରେଜଲ୍ଟ ଉପଲବ୍ଧ ହେଉଛି । ଏମ୍ସ ମେଡିକାଲ ପ୍ରବେଶିକା ପାଇଁ ପ୍ରାୟ ଦେଢ ଲକ୍ଷ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ୧୦୭ଟି ସିଟ୍ ପାଇଁ ଏହି ପ୍ରବେଶିକା ପରୀକ୍ଷା ମେ’ ୨୮ତାରିଖରେ ଅନୁଷ୍ଠିତ ହୋଇଥିଲା ।

୧୦୦ଟି ସିଟ୍ ଭାରତୀୟ ଛାତ୍ରଛାତ୍ରୀଙ୍କ ହୋଇଥିବା ବେଳେ ୭ଟି ସିଟ୍ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ରହିଛି । ଜୁଲାଇ ୩ରୁ ୬ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାଉନସେଲିଂ ହେବ । ସେହିପରି ଅଗଷ୍ଟ ୩ରେ ଦ୍ୱିତୀୟ ପର୍ଯ୍ୟାୟ ଓ ସେପ୍ଟେମ୍ବର ୪ରେ ଚତୁର୍ଥ ପର୍ଯ୍ୟାୟ କାଉନସେଲିଂ ହେବ ।