ଦୁର୍ଘଟଣା ପରେ ବଦଳି ଯାଇଛି ମେଧାବୀ ଛାତ୍ରଙ୍କ ଜୀବନ। ବିଛଣାରେ ପଡିପଡି ମଉଳି ଗଲାଣି ବାଲେଶ୍ୱରର ବିଜୟ କୁମାରଙ୍କ ସୁନେଲି ସ୍ୱପ୍ନ।

37

କନକ ବ୍ୟୁରୋ: ଜୀବନ ଏକ ସଂଗ୍ରାମ । ଆଉ ଯେତେବେଳେ ଏହି ସଂଗ୍ରାମରେ ଜଣେ ଛାତ୍ର ଅସହାୟ ହୋଇପଡନ୍ତି, ଲଢେଇ କରିବାର ଶକ୍ତି ହରାଇବସନ୍ତି ସେତେବେଳେ ସେ ନିଜ ଜୀବନ ହାରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ମାଗନ୍ତି । ସେମିତି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି ବାଲେଶ୍ୱର ଜିଲ୍ଲାର ଜଣେ ମେଧାବୀ ଛାତ୍ର ବିଜୟ କୁମାର । ୪ ବର୍ଷ ତଳୁ ହୋଇଥିବା ଏକ ସଡକ ଦୁର୍ଘଟଣା ପରେ ଶଯ୍ୟାଶାୟୀ ହୋଇଯାଇଛନ୍ତି ବିଜୟ । ଦୁର୍ଘଟଣା ଯୋଗୁଁ ଛାତି ଠାରୁ ତଳକୁ ସବୁ ଅଙ୍ଗ ଅକାମୀ ହୋଇଯାଇଛି ।

ଜୀବନ ଓ ଯନ୍ତ୍ରଣା ଭିତରେ ଶାରିରୀକ ଓ ମାନସିକସ୍ତରରେ ହାରିଯାଇଛନ୍ତି ରେମୁଣା ବରୁନସିଂ ଅଞ୍ଚଳର ମେଧାବୀ ଛାତ୍ର ବିଜୟ । ଏମବିଏ ପଢୁଥିବା ବେଳେ ଦୁର୍ଘଟଣା ହେବାରୁ ବିଜୟଙ୍କ ସବୁ ସ୍ୱପ୍ନ ଭାଙ୍ଗି ଯାଇଛି । ଚାକିରି କରି ଦିବ୍ୟାଙ୍ଗ ବାପା-ମାଆଙ୍କ ଆଶା ପୁରଣ କରିବାକୁ ଚାହୁଁଥିଲେ ବିଜୟ । ହେଲେ ଏହି ବିଛଣାରେ ସେ ସବୁ ସ୍ୱପ୍ନ ଭାଙ୍ଗି ଯାଇଛି । ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସେ ।