ଅବସର ପରେ କଣ କରିଥାନ୍ତି ମୁଖ୍ୟ ବିଚାରପତି, ମିଳେ କି ପୁଣି ସରକାରୀ ପଦ ?

277

କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅବସର ବୟସ ହେଉଛି ୬୫ ବର୍ଷ । ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ଏହି ଆସନରେ ବସିଥାନ୍ତି । ହେଲେ ଆପଣ ଜାଣନ୍ତି କି, ସୁପ୍ରିମକୋର୍ଟର ମୁଖ୍ୟ ବିଚାପତିମାନେ ଅବସର ନେବା ପରେ କଣ କରିଥାନ୍ତି ? ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିମାନେ ଅବସର ନେବା ପରେ ନିଜ ନିଜ କ୍ଷେତ୍ରରେ ସକ୍ରିୟ ରହିଥାନ୍ତି । ପୂର୍ବର କିଛି ମୁଖ୍ୟ ବିଚାରପତି ଅବସର ନେବା ପରେ ରାଜନୀତିରେ ଯୋଗ ଦେଇଛନ୍ତି ତ କିଛି ବିଶ୍ୱବିଦ୍ୟାଳୟରେ କୂଳପତି ପଦରେ ରହିଛନ୍ତି । ହେଲେ ଜଣେ ମୁଖ୍ୟ ବିଚାରପତି ରାଷ୍ଟ୍ରପତି ପଦରେ ନିର୍ବାଚନ ଲଢିବାକୁ ପଦରୁ ଇସ୍ତଫା ଦେଇଥିଲେ । ଅନ୍ୟ କିଛି ମୁଖ୍ୟ ବିଚାରପତି ଅବସର ନେବା ପରେ ଅନ୍ୟ କୌଣସି କାମରେ ଯୋଗ ଦେଇ ନଥିବା ଦେଖିବାକୁ ମିଳିଛି ।

ଦେଶ ସ୍ୱାଧୀନ ହେବା ପରେ ଏ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ୪୯ ଜଣ ବିଚାରପତିଙ୍କୁ ନିଯୁକ୍ତି ମିଳିଛି । ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଚାରପତି ଅବସର ପରେ ଅଣ ବିବାଦୀୟ ଭୂମିକାକୁ ଚୟନ କରିଛନ୍ତି । ଏହି ଅବସରରେ ଏବେ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଉମେଶ ଉଦୟ ଲଳିତ ତାଙ୍କ ଜନ୍ମଦିନ ନଭେମ୍ବର ୮ ତାରିଖରେ ଅବସର ନେବାକୁ ଯାଉଛନ୍ତି । କେବଳ ସେ ଏକା ନୁହଁନ୍ତି ସମସ୍ତ ମୁଖ୍ୟ ବିଚାରପତି ତାଙ୍କ ୬୫ ତମ ଜନ୍ମ ଦିନରେ ଅବସର ନେଇଥାନ୍ତି । ସୁପ୍ରିମକୋର୍ଟର ଅନେକ ମୂୁଖ୍ୟ ବିଚାରପତି ଅବସର ପରେ କୌଣସି ନା କୌଣସି କମିଶନର ଚେୟାରମ୍ୟାନ ପଦରେ ଅବସ୍ଥାପିତ ହୋଇଛନ୍ତି ।

କହିରଖୁ କି ସୁପ୍ରିମକୋର୍ଟର ଦ୍ୱିତୀୟ ମୁଖ୍ୟ ବିଚାରପତି ପତଞ୍ଜଳୀ ଶାସ୍ତ୍ରୀ ଏହି ପଦରେ ୩ ବର୍ଷ ରହି ଅବସର ନେଇଥିଲେ । ସେ ଅବସର ନେବା ପରେ ତାଙ୍କୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କୂଳପତି ଭାବେ ଅବସ୍ଥାପିତ କରାଯାଇଥିଲା । ଏହାପରେ ସେ ମାଡ୍ରାସ ସମ୍ବିଧାନ ସଭାର ସଦସ୍ୟ ହୋଇଥିଲେ । ଯାହାକୁ କି ଆଜି ବିଧାୟକ ପଦ କୁହାଯାଉଛି ।

ସେହଭଳି ୧୯୫୯ ରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ୪ ବର୍ଷ ଧରି କାର୍ଯ୍ୟ କରିଥିବା ଜଷ୍ଟିସ ବିପି ସିହ୍ନା ଅବସର ପରେ ଆଧ୍ୟାତ୍ମିକ ମାର୍ଗକୁ ଆପଣାଇ ନେଇଥିଲେ ।