ଦେବାଳିଆ ସ୍ତରକୁ ଆସିଗଲା କି ଆମେରିକା ! ବିଲ ପୈଠ କରିବାକୁ ରାଜକୋଷରେ ନାହିଁ ଅର୍ଥ

1,489

କନକ ବ୍ୟୁରୋ : କରୋନା ପରେ ସାରା ବିଶ୍ୱକୁ ଘାରିଛ ଆର୍ଥିକ ମାନ୍ଦାବସ୍ଥା । ଏବେ ଏହାର ପ୍ରଭାବ ଅନେକ ବିକାଶଶୀଳ ଦେଶ ଉପରେ ପଡୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଆମେରିକାର ଟ୍ରେଜେରୀ ସଚିବ ଜେନେଟ୍ ୟେଲେନ ଆମେରିକା ସରକାରଙ୍କୁ ଏକ ଚେତାବନୀ ପୂର୍ଣ୍ଣ ଚିଠି ଲେଖିଛନ୍ତି । ସେ ତାଙ୍କ ଚିଠିରେ ଲେଖିଛନ୍ତି କି ଜୁନ ପହିଲା ସୁଦ୍ଧା ଆମେରିକା ଦେବାଳିଆ ଅବସ୍ଥାକୁ ଆସିଯାଇ ପାରେ । କାରଣ ରାଜକୋଷରେ ବିଲ ପୈଠ କରିବାକୁ ଏବେ ଟଙ୍କା ନାହିଁ ।

ଆମେରିକାର ଟ୍ରେଜେରୀ ସଚିବ ଜେନେଟ ୟେଲେନଙ୍କ ତରଫରୁ ଚେତାବନୀ ଭରା ଚିଠି ମିଳିବା ପରେ ରାଷ୍ଟ୍ରପତି ଜୋ-ବାଇଡେନ ତୁରନ୍ତ ଆମେରିକୀୟ କଂଗ୍ରେସ ସରକାରର ୪ଜଣ ସଦସ୍ୟଙ୍କୁ ନେଇ ବୈଠକ କରିଛନ୍ତି । ଏହାପରେ ଏହି ୪ଜଣ ସଦସ୍ୟ ଏହି ସମସ୍ୟାରୁ ମୁକୁଳିବା ପାଇଁ କାମ ଆରମ୍ଭ କରିଦେଇଛନ୍ତି ।

ସେପଟେ ଆମେରିକା ଟ୍ରେଜେରୀ ସଚିବ ପରାମର୍ଶ ଦେଇଛନ୍ତି କି ଆମେରିକା ତୁରନ୍ତ ଦେବାଳିଆ ସ୍ଥିତିରୁ ଉଧୁରିବାକୁ ହେଲେ ୩୧.୪ଲକ୍ଷ ଡଲାର ପରିଶୋଧ କରିବାକୁ ପଡିବ । ଏହାସହ ଯଦି ଏହା କରାନଯାଏ ତେବେ ଏହା ବ୍ୟବସାୟୀଙ୍କ ଉପରେ ଖରାପ ପ୍ରଭାବ ପକାଇବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଏକ ରିପୋର୍ଟ ମୁତାବକ ଆମେରିକା ଚଳିତ ବର୍ଷ ଏପ୍ରିଲ ରୁ ଜୁନ୍ ମାସ ମଧ୍ୟରେ ୭୨୬ ବିଲିୟନ ଡଲାର ଋଣ କରିବାକୁ ଯୋଜନା କରିଛି । ସେପଟେ ଆମେରିକା ଦେବାଳିଆ ହେବା ପଛରେ ୟୁକ୍ରେନକୁ ଯୋଗାଉଥିବା ସହାୟତାକୁ କାରଣ ଭାବେ କୁହାଯାଉଛି ।