ମହାକାଳପଡା କୋଦାକଣ ଗାଁରେ ଉତ୍କଟ ହୋଇଛି ଜଳ ସମସ୍ୟା। ଗରା-ବାଲଟି ଧରି ବସିରହୁଛନ୍ତି ପରିବାର।

79

କନକ ବ୍ୟୁରୋ: ପାନୀୟ ଜଳ ସମସ୍ୟା ଭୋଗୁଛନ୍ତି ୧୫୦ ପରିବାରର ୬ ଶହରୁ ଅଧିକ ଲୋକ । ପରିବାରର ଜଳ ଆବଶ୍ୟକତା ମେଣ୍ଟାଇବା ପାଇଁ କିଏ ଭାରରେ ପାଣି ବୋହୁଛନ୍ତ ତ ଆଉ କିଏ ଗରା-ବାଲଟି ଧରି ବାଟ ଚାଲୁଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କୋଦାକଣ ଗାଁରେ ଉକ୍ରଟ ହୋଇଛି ଜଳ ସମସ୍ୟା । ପିଇବା ପାଣି ଆଣିବା ପାଇଁ ଲୋକଙ୍କୁ ୧ କିଲୋମିଟରୁ ଅଧିକ ବାଟ ଯିବାକୁ ପଡୁଛି । ଦୀର୍ଘଦିନ ହେବ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ପାଣି ଆସୁନାହିଁ । ତେଣୁ ପିଇବା ପାଣି ପାଇଁ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ ।

କୋଦାକଣ ଗାଁରେ ପାନୀୟ ଜଳ ଯୋଗାଇବା ପାଇଁ ୨ଟି ନଳକୁପ ବସାଯାଇଛି । ହେଲେ ସେଥିରୁ ବାହାରୁଥିବା ପାଣି ଗ୍ରାମବାସୀଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନାହିଁ । ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀମାନେ ବାରମ୍ବାର ଜଣାଇଲେ ମଧ୍ୟ କେହି ଶୁଣୁନାହାନ୍ତି । ବର୍ଷ ବର୍ଷ ଧରି ଲୋକେ ଜଳ ସମସ୍ୟା ଭୋଗୁଥିଲେ ବି ମଧ୍ୟ ଏହାର କୈାଣସି ସମାଧାନ ହୋଇପାରିନାହିଁ । ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।