ଉତରପ୍ରଦେଶରେ ବର୍ଷା ପ୍ରଳୟ: ବନ୍ୟା ପାଣିରେ ଭାସୁଛି ଘରଦ୍ୱାର, ରାସ୍ତାଘାଟ

948

କନକ ବ୍ୟୁରୋ: ଉତର ପ୍ରଦେଶରେ ୧୨ଘଂଟାର ଲଗାଣ ବର୍ଷା ଆଣିଛି ବିପତି । ରାସ୍ତାଘାଟଠୁ ନେଇ ଘର ଦ୍ୱାରା । ଯୁଆଡେ ଆଖି ପଡୁଛି ସେଠି କେବଳ ପାଣି ହିଁ ପାଣି । ଅଧିକାଂଶ ଲୋକ ବର୍ଷା ପାଣି ଭିତରେ ଫଶିଥିବା ଯୋଗୁଁ ନାହିଁ ନଥିବା ସମସ୍ୟା ଭିତରେ ଫଶିଛନ୍ତି । ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ଲଗାଣ ବର୍ଷା ସାଙ୍ଗକୁ ବିଦ୍ୟୁତ୍ କାଟ୍ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଲଗାଣ ବର୍ଷା ପାଇଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ପାଣିଘେରରେ ଫସିଥିବା ଲୋକଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ସେହିପରି ରେଳ ଧାରଣା ଉପରେ ପାଣି ଜମି ରହିବା କାରଣରୁ ଯାତାୟତରେ ସୃଷ୍ଟି ହୋଇଛି ସମସ୍ୟା । ସ୍କୁଲଠୁ ଆରମ୍ଭ କରି ହସ୍ପିଟାଲ, ରାସ୍ତାଘାଟ ସବୁଠୁ ଜମିରହିଛି ପାଣି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସହରର କେତେକ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି ।