ପୁରୀରୁ ବାହାରିଲା ଆଡ଼ପ ଅବଢା । ଆଡପ ଅବଢା ପାଇବା ପରେ ଶ୍ରଦ୍ଧାଳୁମାନଙ୍କ ମନରେ ଖୁସି ।

173

କନକ ବ୍ୟୁରୋ: ପୁରୀରୁ ବାହାରିଲା ଆଡ଼ପ ଅବଢା । ବହୁ ସମୟ ଧରି ଆଡପ ଅବଢା ପାଇଁ ଅପେକ୍ଷାକରି ରହିଥିଲେ ଶ୍ରଦ୍ଧାଳୁ ମାନେ । ଅବଢା ପାଇବା ପରେ ଶ୍ରଦ୍ଧାଳୁ ମାନେ ବେଶ ଖୁସି ହୋଇଛନ୍ତି । କାଳିଆ ଠାକୁର ଏବେ ଜନ୍ମ ବେଦୀ ଅର୍ଥାତ ଆଡପ ମଣ୍ଡପରେ । ଗତକାଲି ସଅଳ ପହଣ୍ଡି ପରେ ରାତିରେ ଜନ୍ମବେଦୀରେ ଚନ୍ଦନ ଲାଗି , ଦହିପଖାଳ ଲାଗି ହେବା ପରେ ପହୁଡ ହୋଇଥିଲେ । ଆଜି ସକାଳୁ ଅଧରପୋଛା ନୀତି ସରିବା ପରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦର୍ଶନ । ଆଜି ଭୋର ୩ଟା ୫ମିନିଟରେ ହୋଇଥିଲା ପହୁଡ । ତା ପରେ ସକାଳୁ ଅଧର ପୋଛା ନୀତି ସରିବା ପରେ ୬ଟା ୧୫ରେ ମଙ୍ଗଳ ଆଳତୀ , ମଇଲମ , ତଡପ ଲାଗି , ଅବକାଶ ସରିବା ପରେ ହୋଇଥିଲା ସାହାଣ ମେଲା ଦର୍ଶନ । ଭକ୍ତମାନେ ରାତିରୁ ଅପେକ୍ଷା କରିଥିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ । ଆଉ ଶ୍ରୀଗୁଣ୍ଡିଚା ମନ୍ଦିରରେ ସିଂହଦ୍ୱାର ପଟେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।