ହିଣ୍ଡେନବର୍ଗ ଓ ଆଦାନୀ ମାମଲାକୁ ନେଇ ସୁପ୍ରିମକୋର୍ଟରେ ପହଁଚିଲା କଂଗ୍ରେସ, ରିପୋର୍ଟକୁ ନେଇ ଆଦାନୀ ଗ୍ରୁପ ଉପରେ ତଦନ୍ତ କରିବାକୁ ଦଳ କଲା ଆବେଦନ

79

କନକ ବ୍ୟୁରୋ : ହିଣ୍ଡେନବର୍ଗ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ । ଆଦାନୀ ଗ୍ରୁପ ଉପରେ ହିଣ୍ଡେନବର୍ଗ ଯେଉଁ ରିପୋର୍ଟ ପ୍ରକାଶ କରିଛି ଏହା ଉପରେ ସଠିକ ତଦନ୍ତ କରିବା ପାଇଁ କଂଗ୍ରେସ କୋର୍ଟରେ ଆବେଦନ କରିଛି । ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରାଯାଉ ଓ ଏହାର ତତ୍ୱାବଧାନରେ ଯାଂଚ କରିବା ପାଇଁ ଆବେଦନରେ ଦାବି କରିଛି କଂଗ୍ରେସ । ଦଳର ଆବେଦନ ଉପରେ ଫେବ୍ରୁଆରୀ ୧୭ ତାରିଖରେ ଶୁଣାଣୀ କରିବେ କୋର୍ଟ ।

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଆବେଦନ ଦାୟର କରି ତୁରନ୍ତ ଶୁଣାଣୀ କରିବାକୁ ଦାବି କରିଥିଲେ । ତେବେ ମୁଖ୍ୟ ବିଚରାପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ ପିଏମ ନରସିଂମାଙ୍କ ଖଣ୍ଡପୀଠ ଶୁଣାଣୀ ପାଇଁ ୧୭ ତାରିଖ ଦିନ ଧାଯ୍ୟ କରିଛନ୍ତି । ସେପଟେ ଆରବିଆଇ ଓ ସେବିକୁ ଚିଠି ଲେଖି ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ଉପରେ ତଦନ୍ତ କରିବାକୁ ଦାବି କରିଛି ଦଳ । ନିବେଶକଙ୍କ ଅର୍ଥ ବିପଦରେ ରହିଛି ନା ନାହିଁ ଏହାର ତଦନ୍ତ କରୁ ଆରବିଆଇ ଓ ମାମଲାର ନିରପେକ୍ଷ଼ ତଦନ୍ତ ସେବି କରୁ ବୋଲି ଚିଠିରେ ଲେଖିଛି କଂଗ୍ରେସ ।