ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲା: ଗାୟକ ସମର ସିଂକୁ ୟୁପିରୁ ଗିରଫ କଲା ପୋଲିସ ।

226

କନକ ବ୍ୟୁରୋ: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ସମର ସିଂଙ୍କୁ ଗିରଫ କରିଛି ପୋଲିସ । ଭୋଜପୁରୀ ଗାୟକ ସମରଙ୍କୁ ଗାଜିଆବାଦ ନନ୍ଦଗ୍ରାମ ଥାନାଅଞ୍ଚଳରୁ ଗୁରୁବାର ରାତିିରେ ଗିରଫ କରିଛି ୟୁପି ପୋଲିସ । ଗାଜିଆବାଦ ପୋଲିସ ସୂଚନା ଅନୁଯାୟୀ, ସମର ସିଂଙ୍କୁ ଚାମର୍ସ କ୍ରିଷ୍ଟଲ ସୋସାଇଟି ରାଜନଗର ଏକ୍ସଟେନସନରେ ଲୁଚିଥିବା ବେଳେ ପୋଲିସ ତାକୁ ଗିରଫ କରିଛି । ଅଭିଯୁକ୍ତକୁ ଗିରଫ କରିବାକୁ ଗଠନ କରାଯାଇଥିବା ଟିମରେ ସାମିଲ ଥିବା ପୋଲିସ କହିଛନ୍ତି, ଏହି ଥାନା ନନ୍ଦଗ୍ରାମ ଅଞ୍ଚଳର ଆସୁଥିବାରୁ ପ୍ରଥମେ ପୋଲିସ ମେଡିକାଲ ଯାଞ୍ଚପରେ ଗାଜିଆବାଦ କୋର୍ଟରେ ହଜାର କରିଯାଇଥିଲା । ଏହା ପରେ ବାରଣାସୀ ପୋଲିସକୁ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି ।

ସମର ସିଂ ଓ ଆକାଂକ୍ଷା ଦୁବେ ଦୀର୍ଘଦିନ ଧରି ଲିଭ-ଇନ୍ରେ ରହୁଥିଲେ । ପରେ ଦୁହିଁଙ୍କ ବ୍ରେକ ଅପ୍ ହୋଇଥିଲା । ଏପରିକି ମୃତ୍ୟୁର ପୂର୍ବରୁ ଅର୍ଥାତ୍ ୨୫ ମାର୍ଚ୍ଚରେ ଅଭିନେତ୍ରୀ ବ୍ରେକ ଅପ ପାର୍ଟି ଦେଇଥିଲେ । ସେହି ପାର୍ଟିରେ ସାମିଲ ଥିଲେ ସମର ସିଂ । ତେବେ ପାର୍ଟିରେ ଏମିତିି କଣ ଘଟିଲା, ଯେଉଁଥି ପାଇଁ ଆତ୍ମହତ୍ୟାକୁ ଚରମ ନିଷ୍ପତି ଭାବେ ବାଛିନେଲେ ଆକାଂକ୍ଷା । ଏବେ ପ୍ରେମିକ ସମର ସିଂଙ୍କ ଗିରଫ ହେବା ପରେ ରିମାଣ୍ଡରେ ନେଇ ପୋଲିସ ଏ ଘଟଣା ଉପରୁ ପରଦା ହଟାଇପାରେ ।

୨୬ ମାର୍ଚ୍ଚରେ ବାରଣାସୀ ସାରନାଥର ଏକ ହୋଟେଲ ମଧ୍ୟରୁ ଝଲନ୍ତା ଅବସ୍ଥାରେ ମିଳିଥିଲା ଆକାକ୍ଷାଙ୍କ ମୃତଦେହ । ସେପଟେ ଝିଅର ମୃତ୍ୟୁ ପାଇଁ ସିଧାସଳଖ ସମରଙ୍କୁ ଦାୟୀ କରିଥିଲେ ମୃତ ଅଭିନେତ୍ରୀଙ୍କ ମା ମଧୁ । ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କହି ସମିରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ଆଜମଗଡରେ ରହୁଥିବା ସମର ସିଂ ଓ ତାଙ୍କ ଭାଇ ସଞ୍ଜୟ ସିଂଙ୍କ ଝିଅକୁ ହତ୍ୟା ଧମକ ସହ ବ୍ଲାକମେଲ କରୁଥିବା ନେଇ ଅଭିଯୋଗ କରିଥିଲେ ମୃତ ଅଭିନେତ୍ରୀଙ୍କ ମା ।

ସେପଟେ ଅଭିନେତ୍ରୀଙ୍କ ମୃତ୍ୟୁ ପରେ ଫେରାର ହୋଇଯାଇଥିଲେ ପ୍ରେମିକ ସମର ସିଂ । ମୃତ ଅଭିନେତ୍ରୀ ମାଙ୍କ ଅଭିଯୋଗ ଆଧାରରେ ପୋଲିସ ୩୦୬ ଆଇପିସି ଧାରାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବାକୁ ଚାରିଆଡେ ଛାନ୍ଭିନ୍ ଚଳାଇଥିଲା । ଏବେ ତାଙ୍କୁ ଗିରଫ କରାଯିବା ପରେ ମୃତ୍ୟୁ ରହସ୍ୟ ଖୋଲିବାକୁ ଚେଷ୍ଟା କରିବ ପୋଲିସ ।