ମୟୂରଭଂଜ ବିଶୋଇ ଥାନା ଭିତରେ ଚୋରୀ ଅଭିଯୁକ୍ତଙ୍କ ଉନ୍ମକ୍ତ କାଣ୍ଡ: ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

130

କନକ ବ୍ୟୁରୋ: ମୟୂରଭଂଜ ବିଶୋଇ ଥାନା ଭିତରେ ଚୋରୀ ଅଭିଯୁକ୍ତଙ୍କ ଉନ୍ମକ୍ତ କାଣ୍ଡ । ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଅଭିଯୁକ୍ତ । ଥାନା ଅଧିକାରୀ ମିନି ଭୋଇଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲେ ଅଭିଯୁକ୍ତ । ତେବେ ମିନି ଭୋଇ କୌଶଳକ୍ରମେ ଖସିଯାଇଥିଲେ ସୁଦ୍ଧା ତାଙ୍କ ବେକ ଓ ହାତରେ ଆଘାତ ଲାଗିଛି । ବିଶୋଇ ଡାକ୍ତରଖାନାକୁ ନେଇ ତାଙ୍କର ଚିକିତ୍ସା କରାଯାଇଛି । ଘଟଣାରେ ଅଭିଯୁକ୍ତ ସୁଶାନ୍ତ ଦେଓଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗତ ୧୬ତାରିଖରେ ବିଶୋଇ ଶିବ ମନ୍ଦିରରେ ଦାନ ହୁଣ୍ଡିରୁ ଚୋରି ହୋଇଥିବା ଘଟଣାରେ ପଚରାଉଚରା ପାଇଁ ବିଶୋଇ ଗାଁର ସୁଶାନ୍ତ ଦେଓଙ୍କୁ ଥାନାକୁ ଡକାଯାଇଥିଲା ।