ଚନ୍ଦ୍ରଗ୍ରହଣ ପାଇଁ ଅପରାହ୍ନରେ ହେଲା ଚନ୍ଦ୍ରପୂଜା: ୪ଟା ୫ ମିନିଟ୍ ପୂର୍ବରୁ ଲକ୍ଷ୍ମୀ ପୂଜା ସାରିବାକୁ ଜ୍ୟୋତିଷ ଦେଇଥିଲେ ପରାମର୍ଶ

338

କନକ ବ୍ୟୁରୋ: ଚନ୍ଦ୍ରଗ୍ରହଣ ପାଇଁ ତରବରିଆ ଚନ୍ଦ୍ରପୂଜା । କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବରେୁ ଅପରାହ୍ନ ୪ଟା ୫ ମିନିଟ୍ ପୂର୍ବରୁ ଲକ୍ଷ୍ମୀ ପୂଜା ସାରିବାକୁ ଜ୍ୟୋତିଷ ଦେଇଥିଲେ ପରାମର୍ଶ । ଏହି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି । ସନ୍ଧ୍ୟାରେ ବନ୍ଦ ରହିବ ମାଙ୍କ ଦର୍ଶନ । ଆଜି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ସ୍ପର୍ଶର ୯ ଘଂଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ସମୟ ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ । ଆଜି ରାତି ଗୋଟାଏ ୪ ମିନିଟ୍ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡରେ ଗ୍ରହଣ ଛାଡ଼ିବ । ଅର୍ଥାତ୍ ଗ୍ରହଣ ସ୍ପର୍ଶର ଅବଧି ୧ ଘଂଟା ୧୯ ମିନିଟ୍ ୭ ସେକେଣ୍ଡ । ଗ୍ରହଣକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି । କୁମାର ପୂର୍ଣ୍ଣମୀରେ ଚକ୍ରରାଜ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରିଥାନ୍ତି । ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ ।