ଦିଲ୍ଲୀ ଏମସିଡି ନିର୍ବାଚନରେ ଆପର ଐତିହାସିକ ବିଜୟ । ୧୫ବର୍ଷ ପରେ ବହୁମତ ସହ ଦିଲ୍ଲୀ ନଗର ନିଗମକୁ ଦଖଲ କଲା ଦଳ

142

କନକ ବ୍ୟୁରୋ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆମ ଆଦମୀ ପାର୍ଟିର ଜବରଦସ୍ତ ବିଜୟ । ଏମସିଡି ଲଢେଇରେ ବାଜି ମାରିଛି ଆମ ଆଦମୀ ପାର୍ଟି ଓ ପଛରେ ପଡିଛି ବିଜେପି । ୧୫ବର୍ଷ ଧରି ଏମସିଡିରେ ଦବଦବା ବଜାୟ ରଖିଥିବା ବିଜେପି ହାତରୁ ଏଥର ଖସିଛି କ୍ଷମତା ।

ନିର୍ବାଚନ ପୂର୍ବରୁ ଯେଉଁ ସବୁ ଚର୍ଚ୍ଚା, ଆଲୋଚନା, ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା ସେସବୁକୁ ପଛରେ ପକାଇ ଦିଲ୍ଲୀ ନଗର ନିଗମକୁ ହାତେଇଛି ଆପ୍ । ବିପୁଳ ବିଜୟ ପରେ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ କହିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କଠୁ ମଧ୍ୟ ଆର୍ଶୀବାଦ ଓ କେନ୍ଦ୍ରଠୁ ସହଯୋଗ କାମନା କରିଛନ୍ତି ।