ଆରମ୍ଭ ହେଲା ସଂସଦର ଶୀତକାଳୀନ ଅଧିବେଶନ । ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ସବୁ ଦଳଙ୍କଠୁ ସହଯୋଗ ଲୋଡିଲେ ପ୍ରଧାନମନ୍ତ୍ରୀ ।

 ଏଥରକ ଅଧିବେଶନରେ ଆଗତ ହେବ ୧୬ଟି ଜରୁରୀ ବିଲ

70

କନକ ବ୍ୟୁରୋ: ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୭ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଏଥରକ ଗୃହକାର୍ଯ୍ୟକୁ ସୁରୁଖୁରରେ ଚଳାଇବା ପାଇଁ ସମସ୍ତ ରାଜନୈତିକ ଦଳମାନଙ୍କଠୁ ସହଯୋଗ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି , ଦେଶର ବିକାଶ ପାଇଁ ଯୁବ ସାଂସଦଙ୍କ ଅଧିକ ସୁଯୋଗ ଦିଆଯାଉ ।

ରାଜ୍ୟସଭାରେ ପ୍ରଥମ ବକ୍ତବ୍ୟ ଦେଇ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଶୀତକାଳୀନ ଅଧିବେଶନରେ ୧୬ଟି ବିଲ ଆଗତ ହେବା ସମ୍ଭାବନା ରହିଛି । ସେପଟେ ବିରୋଧୀ କହିଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି କିନ୍ତୁ ସମୟର ଅଭାବ ଯୋଗୁଁ ଚର୍ଚ୍ଚା ହେଇପାରୁନି ।ତେଣୁ ଅଧିବେଶନର ଅବଧି ବୃଦ୍ଧି କରିବାକୁ ଦାବି କରିଛନ୍ତି ବିରୋଧୀ ।