ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୧୯ ତାରିଖରେ ଆସିପାରେ ଆଉ ଏକ ଲଘୁଚାପ 

332

କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ବଡ଼ ବନ୍ୟା ହେବା ଆଶଙ୍କା ଥିବା ବେଳେ ଚିନ୍ତା ବଢ଼ାଇଲା ଆଉ ଏକ ଲଘୁଚାପ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ଆଜି ବର୍ଷାର ପ୍ରକୋପ କମିଛି, ୧୬ ଓ ୧୭ ତାରିଖରେ ବଡ଼ ବର୍ଷା ହେବା ସମ୍ଭାବନା କମ୍ । କିନ୍ତୁ ୧୮ ତାରିଖରୁ ପୁଣି ବର୍ଷା ହେବା ଆଶଙ୍କା ରହିଛି । କାରଣ ୧୯ ତାରିଖ ବେଳକୁ ଆଉ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଉତର ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏହି ଲଘୁଚାପ ସୃଷ୍ଟି ହେବା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ୧୮ ଓ ୧୯ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।