ବିବାହ କରିବାକୁ ବିଫଳ ହେବା ପରେ ପ୍ରତିଶୋଧ ନେଲା ପ୍ରେମିକ: ହୋମ୍ ଥିଏଟରରେ ବିସ୍ଫୋରକ ଖଞ୍ଜି ପ୍ରେମିକାକୁ ପଠାଇଲା ଉପହାର

559

କନକ ବ୍ୟୁରୋ: ପାଟନାଗଡ ପାର୍ସଲ ବୋମାର ଦୁଃଖ ଆଖିରୁ ଲିଭିନଥିବାବେଳେ ଆଉ ଗୋଟିଏ ପାର୍ସଲ ବୋମାର କାହାଣୀ ଏବେ ସାରା ଦେଶକୁ ଦୋହଲାଇଦେଇଛି । ପୁରୁଣା ପ୍ରେମିକ ପଠାଇଥିଲା ପାର୍ସଲ ବୋମା , ଆଉ ଏହି ବୋମାରେ ଚାଲିଗଲା ପ୍ରେମିକାଙ୍କ ସ୍ୱାମୀଙ୍କ ଜୀବନ । ଘଟଣାଟି ଘଟିଛି ଛତିଶଗଡର କବିରଧାମ ଜିଲ୍ଲାରେ । ଘଟଣାଟି ଯେତିକି ସମ୍ବେଦନଶୀଳ ସେତିକି ରୋଚକ । ୩୩ ବର୍ଷିୟ ମାର୍କମ ୨୯ ବର୍ଷିୟ ଏହି ଝିଅଙ୍କ ସହ ପ୍ରେମ ବନ୍ଧନରେ ବାନ୍ଧି. ହୋଇଥିଲେ । ଘରେ ସ୍ତ୍ରୀ ଓ ଦୁଇ ଛୁଆ ଥିବା ସତ୍ୱେ ନିଜ ପ୍ରେମିକାକୁ ବିବାହ କରିବାକୁ ଚାହୁଁଥିଲେ ମାର୍କମ । ପ୍ରେମିକାଙ୍କ ଘର ଲୋକ କିନ୍ତୁ ଏ କଥାରେ ରାଜି ହୋଇନଥିଲେ । ନିଜ ଝିଅର ବାହାଘର ହେମେନ୍ଦ୍ରଙ୍କ ସହ ଠିକ୍ କରିଦେଇଥିଲେ ପରିବାର ଲୋକ । ଏ କଥାକୁ ସହି ପାରିନଥିଲେ ପ୍ରେମିକ । ଆଉ ପ୍ରତିଶୋଧ ନବାପାଇଁ ରଚିଥିଲେ ସାଂଘାତିକ ଷଡଯନ୍ତ୍ର । ୩୧ ତାରିଖ ପ୍ରେମିକାଙ୍କ ବାହାଘରରେ ବେଶ ବଦଳାଇ ପହଂଚିଥିଲେ ମାର୍କମ ଓ ଦେଇଥିଲେ ପ୍ରତିଶୋଧର ପାର୍ସଲ ବୋମା ।ବାହାଘର ରିସେସ୍ପନରେ ଉପହାର ଆକାରରେ ଦେଇଥିଲେ ହୋମଥିଏଟର । ଏହି ଉପହାର ଉପରେ ନାଁ କିମ୍ବା ଠିକଣା କିଛି ଲେଖାନଥିଲା ।ବାହାଘରର ୩ଦିନ ପରେ ଯେତେବେଳେ ପ୍ରେମିକାଙ୍କ ସ୍ୱାମୀ ଏହି ଉପହାର ଖୋଲିଥିଲେ ଏକ ହୋମଥିଏଟର ଦେଖି ଖୁସି ହୋଇଯାଇଥିଲେ । କିନ୍ତୁ କିଏ ଜାଣିଥିଲା ଏହି ହୋମ ଥିଏଟର ଭିତରେ ଥିବା ୨ କେଜି ବିସ୍ଫୋରକ ସାମଗ୍ରୀ । ଏହାକୁ ଏପରି ଖଂଜାଯାଇଥିଲା ଯେମିତି ଏହା ଇଲେକ୍ଟ୍ରି ସଂସ୍ପର୍ଷରେ ଆସିଲେ ଫାଟିବ । ଆଉ ଘଟଣାଟି ସେମିତି ହି ଘଟିଥିଲା । ଏହାକୁ ରୁମରେ ଲଗାଇ ପ୍ଲଗ୍ ଚିପିବାମାତ୍ରେ ହୋଇଥିଲା ବଡ ବିସ୍ଫୋରଣ ।ପ୍ରେମିକାଙ୍କ ସ୍ୱାମୀ ଓ ବଡଭାଇ ଏହି ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ଆଉ ପ୍ରେମିକା ଏବେ ଗୁରୁତର ଆହତ ଅଛନ୍ତି । ଘରର ୭ ଜଣ ସଦସ୍ୟ ସହ ଦେଢ ବର୍ଷର ଗୋଟିଏ ଛୋଟ ଶିଶୁ ଗୁରୁତର ଆହାତ ହୋଇ ହସ୍ପିଟାଲରେ ଭର୍ତି ହୋଇଛି । ମାର୍କମ ପୂର୍ବରୁ କ୍ରସର ପ୍ଲାଣ୍ଟର ବ୍ଲାଷ୍ଟିଂ ଡିପାର୍ଟମେଣ୍ଟରେ କାମ କରୁଥିଲେ । ବମ୍ ତିଆରି କରିବା ପ୍ରଥମରୁ ହିଁ ଜାଣିଥିଲେ ମାର୍କମ । ପ୍ରତିଶୋଧ ପରାୟଣ ହୋଇ ଏହି ବମ ତିଆରି କରିଥିଲା ମାର୍କମ ।