ମେ’ ୧ରୁ ଆରମ୍ଭ ହେବ ରାଜ୍ୟରେ ପଛୁଆ ବର୍ଗ ସର୍ଭେ । ଜାଣନ୍ତୁ କେମିତି କରିବେ ଆବେଦନ?

292

କନକ ବ୍ୟୁରୋ  : ମେ ୧ରୁ ଆରମ୍ଭ ହେବ ରାଜ୍ୟରେ ପଛୁଆ ବର୍ଗ ସର୍ଭେ। ମେ ୧ରୁ ଆରମ୍ଭ ହୋଇ ୨୦ରେ ସରିବ । ପରେ ମେ ୨୦ରୁ ୨୭ ସ୍ପେସାଲ ଡ୍ରାଇଭ ସରିବ। ଉଭୟ ଅନଲାଇନ ଏବଂ ଅଫଲାଇନରେ ସର୍ଭେ ହେବ। ଅନଲାଇନରେ ଜଣେ ବ୍ୟକ୍ତି ଓଏସସିବିସି ବା ଓବିସି କମିଶନଙ୍କ ୱେବସାଇଟକୁ ଯାଇ ସମସ୍ତ ତଥ୍ୟ ଦେଇ ଆବେଦନ କରିପାରିବେ। ଏବଂ ଅଫଲାଇନ ସର୍ଭେ ପାଇଁ ଗାଁ ଏବଂ ୱାର୍ଡ଼ରେ ଖୋଲିବ ଏନୁମରେଟର ସେଣ୍ଟର। ଗାଁ ଅଙ୍ଗନୱାଡ଼ି କିମ୍ବା ସ୍କୁଲ ଘରେ ଖୋଲିବ ଏହି ସେଣ୍ଟର। ଅଫଲାଇନ ସର୍ଭେରେ ଏନୁମରେଟର ଭାବେ ନିୟୋଜିତ ହେବେ ଅଙ୍ଗନୱାଡ଼ି କର୍ମୀ ଆଉ ଶିକ୍ଷକ।

ଆଇସିଡିଏସ୍ ସୁପରଭାଇଜର ଏବଂ ବ୍ଳକ୍ ଲେବଲ୍ ଏକ୍ସଟନସନ୍ ଅଫିସରଙ୍କୁ ସୁପରଭାଇଜର ଭାବେ ନିୟୋଜିତ କରାଯିବ । ପରିବାର ମୁଖ୍ୟ କିମ୍ବା ସଦସ୍ୟ ଏନୁମରେଟର ସେଣ୍ଟରକୁ ଯାଇ ପରିବାରର ସମସ୍ତ ସଦସ୍ୟ ତଥ୍ୟ ଦେଇ ପଞ୍ଜୀକରଣ କରିବେ। ପଞ୍ଜୀକରଣ ପାଇଁ ଆଧାର, ଭୋଟର କାର୍ଡ, ପାନ କାର୍ଡ କିମ୍ଭା ପାସପୋର୍ଟକୁ ଦେଖାଇ ପାରିବେ। ନିଜସ୍ଵ ଘୋଷଣା ମୁତାଵକ ସମସ୍ତ ତଥ୍ୟ ରଖିବେ ଏନୁମିରେଟର । ଏହା ସହ ଜଣେ ସାକ୍ଷୀ ମଧ୍ୟ ରହିବ। ପ୍ରତ୍ୟେକା ଜିଲ୍ଳା ଏବଂ ମ୍ୟୁନିସିପାଲିଟି ଅନୁସାରେ ସେଣ୍ଟର ଖୋଲାଯିବ। ପୂର୍ବାହ୍ନ ୧୦ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଖୋଲାରହିବ ସମସ୍ତ କେନ୍ଦ୍ର।

ଭୁବନେଶ୍ୱରରେ ମୋଟ ୧୦୧ଟି କେନ୍ଦ୍ରରେ ହେବ ସର୍ଭେ କାର୍ଯ୍ୟ। ମୋଟ ୨୦୮ ପ୍ରକାର ବର୍ଗଙ୍କୁ ପଛୁଆ ବର୍ଗ ଭାବେ ସର୍ଭେରେ ସ୍ଥାନ ଦିଆଯିବ। ସେମାନଙ୍କର ତାଲିକା କମିଶନଙ୍କ ୱେବସାଇଡ଼ରେ ପ୍ରକାଶ କରାଯିବା ସହ ସେଣ୍ଟରରେ ମଧ୍ୟ ଲଗାଯିବ। ଉଭୟ ସର୍ଭେ ମେ ୧ରୁ ଆରମ୍ଭ ହେବ। ଅଫଲାଇନ ସର୍ଭେ ପାଇଁ ଆଜି ସହରାଞ୍ଚଳରେ ମାଷ୍ଟର ଟ୍ରେନର ମାନଙ୍କର ତାଲିମ ସରିଛି। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଏମାନେ ଏନୁମରେଟର ଏବଂ ସୁପରଭାଇଜରଙ୍କୁ ୬ରୁ ୧୩ ତାରିଖ ଭିତରେ ପ୍ରଥମ ପର୍ଯ୍ୟାୟ ତାଲିମ ଏବଂ ୧୮ରୁ ୨୪ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ତାଲିମ ପରେ ମିଳିବ ଏନୁମରେଟର କିଟ୍। ୨୦୨୧ ମସିହାରେ ଓବିସି କମିଶନ ମାଧ୍ୟମରେ ପଛୁଆ ବର୍ଗ ସର୍ଭେ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ହେଲେ କୋଭିଡ଼୍ ପାଇଁ ସ୍ଥଗିତ ଥିଲା।