ବିଲରୁ ମିଳିଲା ବିପୁଳ ସୁନା: ଆମେରିକାର କେଣ୍ଟୁକିରେ କାମ କରୁଥିବା ବେଳେ ୭ ଶହ ସ୍ୱର୍ଣ୍ଣମୁଦ୍ରା ପାଇଲେ ଚାଷୀ

477

କନକ ବ୍ୟୁରୋ: ବିଲରୁ ମିଳିଲା ବିପୁଳ ସୁନା । ଆମେରିକାର କେଂଟୁକିରେ ଜଣେ ଚାଷୀ ନିଜ ବିଲରେ କାମ କରୁଥିବା ବେଳେ ବିପୁଳ ପୁରୁଣା ସ୍ୱର୍ଣ୍ଣ ମୁଦ୍ରା ପାଇଛନ୍ତି । ଏହିସବୁ ମୁଦ୍ରା ୨ ଶହ ବର୍ଷରୁ ଅଧିକ ପୁରୁଣା । ପ୍ରାୟ ୭ଶହ ସୁନା ଓ ରୂପାର ଟଙ୍କା ମିଳିଛି । ଫଳରେ ଚାଷୀ ଜଣକ ରାତାରାତି କୋଟିପତି ହୋଇଯାଇଛନ୍ତି । ହେଲେ କିଏ, କାହିଁକି ଏହିସବୁ ମୁଦ୍ରାକୁ ସାଇତି ରଖିଥିଲା, ତାହା ଏବେ କୌତୁହଳ ସୃଷ୍ଟି କରିଛି ।

ସମୟ ସମୟର ଖେଳ । କେତେବେଳେ କାହାର ଭାଗ୍ୟ କିପରି ବଦଳିଯିବ ତାହା କହିହେବ ନାହିଁ । କିଏ ସୁଯୋଗ ପାଇ ରାତାରାତି ଧନୀ ପାଲଟିଯାଏ ତ କିଏ ପୁଣି ଦାଣ୍ଡର ଭିକାରୀ । ଏପରି ଏକ ଘଟଣା ଆମେରିକାରେ ଦେଖାଦେଇଛି । ଜଣେ ସାଧାରଣ ଲୋକ ରାତାରାତି ପାଲଟିଗଲେ ଧନୀ ବ୍ୟକ୍ତି ।

ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା କଥା ତ ଆପଣ ନିଶ୍ଚୟ ଶୁଣିଥିବେ । ସାଧାରଣ ଜିନିଷ ଖୋଜିବା ବେଳେ ଏମିତି କିଛି ମିଳିଯାଏ, ଯାହା ଆମ କଳ୍ପନାର ବାହାର ହୋଇଥାଏ । ତେବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଆମେରିକାର କେଂଟୁକିର ଏକ କ୍ଷେତରେ ଜଣେ କଷକ କାମ କରୁଥିବା ସମୟରେ ବିପୁଳ ସୁନା ଓ ଚାନ୍ଦି ମୁଦ୍ରା ପାଇଛନ୍ତି । ନିଜର କ୍ଷେତ ଖୋଳୁଥିବା ସମୟରେ ତାଙ୍କୁ ୭ଶହ ମୂଲ୍ୟବାନ ପ୍ରାଚୀନ ମୁଦ୍ରା ମିଳିଛି । ଏହାକୁ ଦେଖି କଷକଙ୍କ ଖୁସିର ଠିକଣା ନିିତିଲା । ଅଧିକ ସ୍ୱର୍ଣ୍ଣ ମୁଦ୍ରା ହୋଇିବା ବେଳେ କିଛି ରୂପା ମୁଦ୍ରା ମଧ୍ୟ ମିଳିଛି । ଏହାକୁ ‘ଗ୍ରେଟ କେଂଚୁକି ହୋର୍ଡ଼’ ନାମ ଦିଆଯାଇଛି ।

ଏକ ରିପୋର୍ଟ ମୁତାବିକ, ଜଣେ ବ୍ୟକ୍ତି ଯେବେ ନିଜ କ୍ଷେତରେ କାମ କରୁଥିଲେ ସେତେବେଳେ କିଛି ଚମକୁଥିବା ମୁଦ୍ରା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଜମିକୁ ଆହୁରି ଖୋଳି ଥିଲେ କଷକ । ତେବେ ମିଳିଥିବା ପ୍ରାଚୀନ ମୁଦ୍ରା ଗହଯୁଦ୍ଧ ସମୟର ବୋଲି କୁହାଯାଉଛି । ମିଳିଥିବା ସମସ୍ତ ମୁଦ୍ରାକୁ ନେଇ ଏବେ ଅଧିକ ଗବେଷଣା ଚାଲିଛି । ତେବେ ବ୍ୟକ୍ତି ଜଣଙ୍କର ପରିଚୟ ଗୁପ୍ତ ରଖାଯାଇଛି ।