ମସ୍କୋରୁ ଆସୁଥିବା ବିମାନରେ ବୋମା ଆତଙ୍କ, ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ ଅବତରଣ

114

କନକ ବ୍ୟୁରୋ: ମସ୍କୋରୁ ଦିଲ୍ଲୀ ଆସୁଥିବା ଏକ ବିମାନ ନଂ ଏୟୁ-୨୩ରେ ବୋମା ଥିବାର ସୂଚନା ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଯାତ୍ରୀମାନଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା । ଫଳରେ ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା । ବୋମା ନିରୋଧକ ଟିମ୍ ଓ ଉଦ୍ଧାରକାରୀ ଟିମର ଉପସ୍ଥିତିରେ ବିମାନକୁ ଦିଲ୍ଲୀର ୨୯ ନମ୍ବର ରନୱେରେ ଅବତରଣ କରାଯିବା ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଓହ୍ଲାଯାଇଥିଲା ।

ବିମାନରେ ୩୮୬ଯାତ୍ରୀ ଓ ୧୬ଜଣ କ୍ର୍ୟୁ ମେମ୍ବର୍ସଙ୍କୁ ସୁରକ୍ଷିତ ଓହ୍ଲାଇବା ପରେ ବିମାନ ଭିତରେ ଛାନବିନ୍ କରାଯାଇଥିଲା । ସୂଚନା ମୁତାବକ, ଗୁରୁବାର ରାତି ୧୧ଟା ୧୫ ସମୟରେ ମସ୍କୋରୁ ଆସୁଥିବା ବିମାନରେ ବୋମା ଥିବା ନେଇ ସୂଚନା ମିଳିଥିଲା ।