ପାକିସ୍ତାନର ମସଜିଦରେ ବିସ୍ଫୋରଣ ଘଟଣା: ୫୦ରୁ ଅଧିକ ମୃତ, ୧୯୪ ଆହତ 

177

କନକ ବ୍ୟୁରୋ: ପାକିସ୍ତାନ ପେଶୱାରରେ ଭୟଙ୍କର ବିସ୍ଫୋରଣ । ପେଶୱାର ସ୍ଥିତ ଏକ ମସଜିଦ୍ରେ ସମୂହ ନମାଜ ପାଠବେଳେ ବିସ୍ଫୋରଣ ଘଟିବାରୁ ଏଥିରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୧୯୪ ଜଣ ଆହତ ହୋଇଥିବା ଜଣାପଡିଛି । ପାକିସ୍ତାନ ଗଣମାଧ୍ୟମ ସୂଚନା ଅନୁସାରେ ଆହତଙ୍କ ମଧ୍ୟରେ ୫୦ଜଣ ଗୁରୁତର ଆହତ ରହିଛନ୍ତି ।

ତେଣୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ବି ସମ୍ଭାବନା ରହିଛି । ମସଜିଦ୍ରେ ସମୂହ ନମାଜ ପାଠବେଳେ ଆତ୍ମଘାତୀ ବୋମା ବିସ୍ଫୋରଣ ଦ୍ୱାରା ଏତେବଡ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ କୌଣସିବ ଆତଙ୍କି ସଙ୍ଗଠନ ନିଜକୁ ଦାୟି କରିନାହାଁନ୍ତି । ସରକାର ସହ ହୋଇଥିବା ଯୁଦ୍ଧ ବିରୋଧି ଅବଧି ସରିବା ପରେ ଏହି ଆକ୍ରମଣ ଟିଟିପି ବା ତେହରିକେ ତାଲିବାନ ଘଟାଥିବା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦୁଃଖ ପ୍ରକାଶ କରିଛନ୍ତି ।