ସେ ଖରାବେଳିଆ ଦହି ପଖାଳ ସାଙ୍ଗରେ ବାଇଗଣ ଚଟଣୀ ପାଗ ହେଉ କି ଶୀତଦିନିଆ ଗରମ ଗରମ ଘିଅଅନ୍ନ ଭାତ ସଙ୍ଗେ ଆଳୁ ଚୁନଚୁନି ଭଜା । ଟଙ୍କ ତୋରାଣୀ , ବାଡ଼ିଆ ଡାଲମା , ଛେନାପୋଡ଼, ଚୂଡ଼ା କଦମ୍ବା ,ଦହି ପାଚେଡ଼ି , ଦହିବରା, ଛେନାଝିଲ୍ଲୀ,ରସାବଳୀ, ରସଗୋଲା , ଏବଂ ପିଠାର ତ କଥା ହିଁ ଅଲଗା । ମୋଟାମୋଟି କହିବାକୁ ଗଲେ ଓଡ଼ିଆ ଖାଦ୍ୟ ପ୍ରେମରେ ଯିଏ ଥରେ ପଡ଼ିଛି ତାକୁ ଆଉ କିଛି ରୁଚିନି ।