ଚୁଟି ଚମକାଇବ ଭେଣ୍ଡି
Photo Credit : Kanak News
ଲମ୍ବା କେଶ ପ୍ରତିଟି ମହିଳାଙ୍କ ସୁନ୍ଦରତାକୁ ଦ୍ବିଗୁଣିତ କରିଥାଏ । ଖାଲି ମହିଳା ନୁହେଁ ପୁରୁଷ ମଧ୍ୟ କମ୍ ବୟସରୁ ଚନ୍ଦାପଣକୁ ନେଇ ଚିନ୍ତିତ ରହିଥା’ନ୍ତି । ଚୁଟିର ପ୍ରାକୃତିକ ଆର୍ଦ୍ରତା ହ୍ରାସ କାରଣରୁ ଅନେକ ଚୁଟି ଝଡ଼ିବା ସମସ୍ୟା ସହ ମଧ୍ୟ ମୁକାବିଲା କରିଥା’ନ୍ତି । ଏଭଳି କ୍ଷେତ୍ରରେ ଭେଣ୍ଡି ଆପଣଙ୍କ ଜଟିଳ ସମସ୍ୟାର ସମାଧାନ କରିପାରିବ ।
Photo Credit : google
ପ୍ରଥମେ ଭେଣ୍ଡିକୁ ଛୋଟ ଛୋଟ କରି କାଟି ନିଅନ୍ତୁ । ୨ କପ୍ ପାଣି ନେଇ ଏହି ଭେଣ୍ଡିକୁ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଭଲ କରି ସିଝାନ୍ତୁ । ପାଣି ବହଳ ହୋଇ ଲାଳୁଆ ହେବା ପର୍ଯ୍ୟନ୍ତ ଭେଣ୍ଡିକୁ ସିଝାନ୍ତୁ । ଏହି ପାଣିକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ଏହି ପାଣିକୁ ସିଧା ଚୁଟିରେ ଲଗାଇ ମାଲିସ୍ କରନ୍ତୁ । ୩୦ ମିନିଟ୍ ପରେ ଚୁଟିକୁ ଶାମ୍ପୁରେ ଧୋଇ ନିଅନ୍ତୁ ।
Photo Credit : google
ଭେଣ୍ଡିରେ ଥିବା ମ୍ୟୁସିଲେଜ୍ ଚୁଟିକୁ ସିଲ୍କ ରଖିବାରେ ସାହାଯ୍ୟ କରେ ।
Photo Credit : google
ଭିଟାମିନରେ ଭରପୂର ଭେଣ୍ଡି ଚୁଟିକୁ ପୋଷଣ ଯୋଗାଇବାରେ ସାହାଯ୍ୟ କରେ ।
Photo Credit : google
ଭେଣ୍ଡିର ଆଣ୍ଟି-ଇନ୍ଫାମେଟରି ଗୁଣ କେଶ ମୂଳକୁ ମଜଭୁତ କରିବା ସହ ଚୁଟିକୁ ବଢ଼ାଇଥାଏ । ଏହା ଇନଫେକ୍ସନ୍ ହେବାରୁ ମଧ୍ୟ ବଞ୍ଚାଇଥାଏ ।
Photo Credit : google
ଭେଣ୍ଡିରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ ଚୁଟିକୁ ଫ୍ରି ରେଡିକଲ୍ସରୁ ବଞ୍ଚାଇଥାଏ , ଯାହା ଦୋମୁହାଁ ଏବଂ ଅଧାରୁ ଛିଡୁଥିବା ଚୁଟିକୁ କମାଇବାରେ ସାହାଯ୍ୟ କରେ ।
Photo Credit : google