ଶରୀରରେ ଭିଟାମିନ୍ – E ର ଅଭାବ ହେଲେ କ’ଣ ହୁଏ ?

Photo Credit : Kanak News

ଭିଟାମିନ୍ – E ହେଉଛି ଏକ ଫ୍ୟାଟ୍ – ସାଲ୍ୟୁବଲ୍ ଆଣ୍ଟିଅକ୍ସିଡେଣ୍ଟ୍ ଯାହା ତ୍ବଚାକୁ ଯୁବା ଏବଂ ସୁସ୍ଥ ରଖିଥାଏ । ଏହା ଇମ୍ୟୁନ୍ ସିଷ୍ଟମକୁ ମଜଭୁତ ରଖେ । ଆଖିକୁ ସୁସ୍ଥ ରଖିବା ସହ ବ୍ଲାକ୍ ସର୍କୁଲେସନକୁ କମାଇଥାଏ । ଶରୀରରେ ଭିଟାମିନ୍ – E ର ଅଭାବ ଦ୍ବାରା ଅନେକ ଲକ୍ଷଣ ଦେଖାଯାଏ । ଯାହାକୁ ଅଣଦେଖା କରିବା ଆଦୌ ଠିକ ନୁହେଁ ।

Photo Credit : google

ଡା.ସୁଭାଷ ଗିରି କୁହନ୍ତି , ଭିଟାମିନ୍ – E ମାଂସପେଶୀ ଏବଂ ଶିରା ପାଇଁ ଜରୁରି । ଏହାର ଅଭାବରେ ମାଂସପେଶୀ ଦୁର୍ବଳ , ଥକ୍କାପଣ ଏବଂ କମ୍ପନ ଭଳି ଅନୁଭବ ହୋଇଥାଏ ।

Photo Credit : google

ଭିଟାମିନ୍ – E ଅଭାବରେ ଆଖିର ସେଲ୍ସ ଉପରେ ପ୍ରଭାବ ପଡ଼େ ଏବଂ ରେଟିନା ମଧ୍ୟ ଦୁର୍ବଳ ହୋଇପଡ଼େ । ଏହାସହ ପାଖ ଏବଂ ଦୂରରୁ ମଧ୍ୟ ପରିଷ୍କାର ଭାବରେ ଦେଖାଯାଏ ନାହିଁ । ଆଖିରେ ଜ୍ବଳନ ଏବଂ ଥକ୍କାପଣ ମଧ୍ୟ ଅନୁଭବ ହୁଏ ।

Photo Credit : google

ଭିଟାମିନ୍ – E ର ଅଭାବ ହେଲେ ମସ୍ତିଷ୍କ ଏବଂ ମାଂସପେଶୀ ଭିତରେ ଥିବା କୋର୍ଡିନେସନ୍ ବିଗିଡିଯାଏ । ଏଭଳି ସମୟରେ ଉକ୍ତ ବ୍ୟକ୍ତିଙ୍କୁ ଚାଲିବାରେ ଅସୁବିଧା ହେବା ସହ ପଡ଼ିଯିବା ଭଳି ଡର ଲାଗିରହେ । ଚାଲିବା ସମୟରେ ସନ୍ତୁଳନ ରଖିବାରେ ଅସୁବିଧା ହୁଏ ।

Photo Credit : google

ଭିଟାମିନ୍ – E ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟସ୍ ଯାହା ଚର୍ମକୁ (UV) rays ଏବଂ ପ୍ରଦୂଷଣରୁ ବଞ୍ଚାଇଥାଏ । ଏହାର ଅଭାବରେ ଚର୍ମ ଶୁଖିଲା ଏବଂ ଫାଟିଲା ପରି ଦେଖାଯାଏ ।

Photo Credit : google

ଏହାସହ ଡାର୍କ ସ୍ପଟ୍ସ , ହାଇପରପିଗମେଣ୍ଟେସନ୍ ଏବଂ ତ୍ବଚାରେ ଜ୍ବଳନ ଭଳି ସମସ୍ୟା ଦେଖାଯାଏ ।

Photo Credit : google