କନକ ବ୍ୟୁରୋ: ଟ୍ରେନ୍ରେ ଟିକେଟ କରିବାକୁ ଚାହୁଛନ୍ତି କି ? ଟିକେ ଅପେକ୍ଷା କରିଯାଆନ୍ତୁ । ନହେଲେ ହଇରାଣ ହେବେ ଆପଣ । କାରଣ ଆଇଆରସିଟିସିରେ ଟିକେଟ୍ ବୁକିଂ ବନ୍ଦ ହୋଇଯିବା ପରେ ଏବେ ଚିନ୍ତାରେ ଲୋକେ । କାରଣ ଦିପାବଳୀକୁ ଛଟ୍ ପୂଜା ଥିବାରୁ ପ୍ରବଳ ମାତ୍ରାରେ ଟ୍ରେନ୍ରେ ଟିକେଟ୍ ହେଉଛି । ହେଲେ ଆଇଆରସିଟିସି ଡାଉନ୍ ହେବା କାରଣରୁ ଠିକ୍ରେ ଟିକେଟ୍ ହୋଇପାରୁନି । ଯାହାକୁ ନେଇ ସୋସିଆଲ ମିଡିଆରେ ଲୋକମାନେ ଅଭିଯୋଗ କରିଛନ୍ତି ।
କାମ କରୁନି ଆଇଆରସିଟିସି
ଟିକେଟ୍ କରିପାରୁନାହାନ୍ତି ଯାତ୍ରୀ
ସୋସିଆଲ ମିଡିଆରେ ବର୍ଷିଲେ ୟୁଜର୍ସ
କାହିଁକି ଡାଉନ୍ ହେଲା ଆଇଆରସିଟିସି ?
IRCTC ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଟିକେଟ୍ ବୁକ୍ କରିବା ସମୟରେ ପେମେଣ୍ଟ ହେବା ସତ୍ତ୍ୱେ ଟିକେଟ୍ ନ ମିଳିବାର ଅନେକ କାରଣ ଥାଇପାରେ…
ନେଟୱର୍କ ସମସ୍ୟା: ପେମେଣ୍ଟ ଗେଟୱେରୁ IRCTC ସର୍ଭରକୁ ଡାଟା ପଠାଇବାରେ ସମସ୍ୟା ହେଲେ ଟିକେଟ୍ ବୁକ୍ ହୋଇପାରେ ନାହିଁ ।
ସର୍ଭର ସମସ୍ୟା: IRCTC ସର୍ଭର ଡାଉନ୍ ଥିଲେ କିମ୍ବା ଅଧିକ ଟ୍ରାଫିକ୍ ଯୋଗୁଁ ଆପ୍ ଚାଲୁଥିଲେ ଏହି ସମସ୍ୟା ଉପୁଜିପାରେ ।
ପେମେଣ୍ଟ ଗେଟୱେ ସମସ୍ୟା : ବେଳେବେଳେ ବ୍ୟାଙ୍କ କିମ୍ବା ପେମେଣ୍ଟ ଗେଟୱେରୁ ଟଙ୍କା କଟିଯାଏ । କିନ୍ତୁ IRCTC ପାଖରେ ଏହା ସଫଳ ହେବାର ସୂଚନା ପହଞ୍ଚେ ନାହିଁ ।
ଆଜିକାଲି ଟ୍ରେନରେ ଯାତ୍ରା କରିବା ପାଇଁ IRCTC ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ବ୍ୟବହାର କରି ଟିକେଟ୍ ବୁକ୍ କରିବା ଏକ ସାଧାରଣ କଥା । ଏହା ସମୟ ବଞ୍ଚାଏ ଏବଂ ଟିକେଟ୍ କାଉଣ୍ଟରରେ ଲମ୍ବା ଲାଇନରେ ଠିଆ ହେବାରୁ ମୁକ୍ତି ଦିଏ । କିନ୍ତୁ ବେଳେବେଳେ ଏପରି ପରିସ୍ଥିତି ଉପୁଜେ ଯେତେବେଳେ ଆପଣ ଟିକେଟ୍ ବୁକ୍ କରିବା ସମୟରେ ପେମେଣ୍ଟ କରିଦିଅନ୍ତି ସତ । ହେଲେ ଟିକେଟ୍ ବୁକ୍ ହୁଏ ନାହିଁ କି ଟିକେଟ୍ ମିଳେ ନାହିଁ । ଯାହାକୁ ନେଇ ଯାତ୍ରୀମାନେ ଟେନ୍ସନ୍ ହୁଅନ୍ତି ।
ଯଦି ଟିକେଟ୍ ନହୁଏ କେମିତି ଫେରି ପାଇବେ ଟଙ୍କା
ଅନେକ ସମୟରେ ଟଙ୍କା ଦେବା ପରେ ବି ଟିକେଟ୍ ହୁଏ ନାହିଁ ହେଲେ ଆକାଉଣ୍ଟରୁ ଟଙ୍କା କଟିଯାଏ । କିନ୍ତୁ ଟଙ୍କା କେମିତି ଫେରିପାଇବେ ସେନେଇ ବି କିଛି ନିୟମ ରହିଛି । ଏହିସବୁ ନିୟମ ମାନିଲେ ଟିକେଟ୍ର ଟଙ୍କା ଫେରିପାଇବେ ।
କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ
ଯଦି ଟିକେଟ୍ ହୋଇନି ହେଲେ ଟଙ୍କା କଟିଯାଇଛି ତାହେଲେ ଆପେ ଆପେ ଆକାଉଣ୍ଟକୁ ଫେରିଆସିବ । ପାଖାପାଖି ୩ ରୁ ୭ ଦିନ ପର୍ଯ୍ୟନ୍ତ ଭିତରେ ଏହି ଟଙ୍କା ଫେରିଆସେ ।
IRCTCରେ ଲଗ୍ ଇନ୍ କରନ୍ତୁ
ଆପଣଙ୍କ IRCTC ଆକାଉଣ୍ଟକୁ ଲଗ୍ ଇନ୍ କରନ୍ତୁ ଏବଂ "My Transactions"କୁ ଯାଆନ୍ତୁ । ସେଠାରେ "Failed/Unsuccessful Transactions" କିମ୍ବା "Booking History" ଦେଖନ୍ତୁ ।
IRCTC ଗ୍ରାହକ ସେବା ସହିତ ଯୋଗାଯୋଗ କରନ୍ତୁ
ଯଦି୭ଟି କାର୍ଯ୍ୟଦିବସ ପରେ ମଧ୍ୟ ଟଙ୍କା ଫେରସ୍ତ ନହୁଏ, ତେବେ IRCTC ଗ୍ରାହକ ସେବା ସହିତ ଯୋଗାଯୋଗ କରନ୍ତୁ ।
ମୋଟ୍ ଉପରେ ଆଇଆରସିଟିସିରେ ଟିକେଟ୍ ବୁକିଂ ନହୋଇ ଟଙ୍କା କଟିଯାଇଥିଲେ ବି ଆଦୌ ଟେନ୍ସନ୍ ହୁଅନ୍ତୁ ନାହିଁ । ଏହି ସବୁ ଉପାୟ କଲେ ଆପଣ ବି ଟଙ୍କା ଫେରିପାଇବେ ।