ସ୍ବାସ୍ଥ୍ୟ ପାଇଁ ସୁପରଫୁଡ୍ କନ୍ଦମୂଳ
Photo Credit : Kanak News
ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡେଣ୍ଟରେ ଭରପୂର କନ୍ଦମୂଳ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କନ୍ଦମୂଳରେ ଭରପୂର ମାତ୍ରାରେ ଫାଇବରର ଗୁଣ ଥାଏ , ଯାହା ପାଚନକ୍ରିୟାକୁ ସୁସ୍ଥ ରଖିଥାଏ । ଫାଇବର କୋଷ୍ଠକାଠିନ୍ୟକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ । ଭିଟାମିନ୍-ଏର ଭଣ୍ଡାର ହେଉଛି କନ୍ଦମୂଳ ।
Photo Credit : google
କନ୍ଦମୂଳରେ ଭିଟାମିନ୍-ଏ ର ମାତ୍ରା ଭରପୂର ପରିମାଣରେ ଥାଏ ଯାହା ଦୃଷ୍ଟିଶକ୍ତି ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏହା ମୋତିଆବିନ୍ଦୁ ଏବଂ ଅନ୍ୟ ଆଖି ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ । କନ୍ଦମୂଳରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ଫ୍ରି ରେଡିକାଲ୍ସରୁ ରକ୍ଷା କରିଥାଏ ଏବଂ ଇମ୍ୟୁନ୍ ସିଷ୍ଟମକୁ ମଜଭୁତ କରିଥାଏ ।
Photo Credit : google
ଥଣ୍ଡା, କାଶ ଏବଂ ଅନ୍ୟ ସଂକ୍ରମଣ ସହିତ ଲଢ଼ିବାରେ ମଧ୍ୟ ସାହାଯ୍ୟ କରେ କନ୍ଦମୂଳ । ଏଥିରେ ପୋଟାସିୟମର ମାତ୍ରା ମଧ୍ୟ ଅଧିକ ପରିମାଣରେ ଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହା ହାର୍ଟ ଆଟାକ୍ ଏବଂ ଷ୍ଟ୍ରୋକର ଆଶଙ୍କାକୁ କମ୍ କରିବାରେ ମଧ୍ୟ ସାହାଯ୍ୟ କରେ ।
Photo Credit : google
ବର୍ଦ୍ଧିତ ଓଜନକୁ ନେଇ ଚିନ୍ତିତ ଥିବା ଲୋକଙ୍କୁ କନ୍ଦମୂଳ ଖାଇବା ନିହାତି ଆବଶ୍ୟକ । ଏହା ଏକ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । କନ୍ଦମୂଳ ଏମିତି ଏକ ପରିବା ଯାହା ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ଫୁଲ୍ ରଖେ ଯେଉଁଥିପାଇଁ ଜଲଦି ଭୋକ ଲାଗେନାହିଁ ।
Photo Credit : google
ଭିଟାମିନ୍-ସି ଏବଂ ଆଣ୍ଟିଅକ୍ସିଡେଣ୍ଟ୍ସ ଥିବା ଏହି ପରିବା ତ୍ୱଚାକୁ ସୁସ୍ଥ ରଖିଥାଏ । ଯାହା କୁଞ୍ଚନକୁ କମ୍ କରିବା ସହିତ ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରେ । ଏଥିରେ ଥିବା ଆଣ୍ଟି-କର୍କଟ ଗୁଣ କର୍କଟ କୋଷର ବିକାଶକୁ ବନ୍ଦ କରିବାରେ ସହାୟକ ହୁଏ ।
Photo Credit : google
ସ୍ବିଟ୍ ପୋଟାଟୋ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ । କନ୍ଦମୂଳରେ କ୍ୟାଲସିୟମ୍ ଏବଂ ଭିଟାମିନ୍-ଡି ରହିଛି, ଯାହା ହାଡ଼କୁ ମଜଭୁତ କରିଥାଏ । ଏହି ପରିବାରେ କାର୍ବୋହାଇଡ୍ରେଟର ମାତ୍ରା ପ୍ରଚୁର ପରିମାଣରେ ରହିଛି, ଯାହା ଶରୀରକୁ ଶକ୍ତି ଦେଇଥାଏ ।
Photo Credit : google