ପ୍ରତିଦିନ ୧୫ ମିନିଟ୍ ନାଚନ୍ତୁ , ସୁସ୍ଥ ରୁହନ୍ତୁ

Photo Credit : kanaknews

ପ୍ରାୟତଃ ୭୦ % ଲୋକଙ୍କୁ ଡାନ୍ସ କରିବାକୁ ବହୁତ ଭଲ ଲାଗେ । ଡାନ୍ସ କରିବା ଦ୍ବାରା ଖୁସି ଅନୁଭବ ତ ହୋଇଥାଏ କିନ୍ତୁ ଚାପ ମଧ୍ୟ ଚୁଟକିରେ ଗାଏବ ହୋଇଥାଏ । ଡାନ୍ସ କେବଳ କଳା ନୁହେଁ ଏହାକୁ ଏକପ୍ରକାର ବ୍ୟାୟାମ ବୋଲି ମଧ୍ୟ ଆପଣ କହିପାରିବେ ।

Photo Credit : google

ଡାନ୍ସ କରିବା ଦ୍ବାରା ଉଭୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରୁହେ । ମନୋରଞ୍ଜନର ମାଧ୍ୟମ ପାଲଟିଥିବା ଡାନ୍ସକୁ ଯଦି ଆପଣ ୧୫ ଦିନ ଘରେ କରିବେ ତା’ହେଲେ ଶରୀରରେ ମ୍ୟାଜିକ୍ ପରି ଫରକ ଜାଣିପାରିବେ । ଏହା ରୋଗକୁ ଦୂର କରିଥାଏ ।

Photo Credit : google

ଏକପ୍ରକାର ବ୍ୟାୟାମର କାମ କରୁଥିବା ଡାନ୍ସ ହୃଦୟ ଏବଂ ଫୁସଫୁସ୍ ପାଇଁ ବହୁତ ଲାଭଦାୟକ । ଏହାଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ଭଲ ହେବା ସହିତ ଅଙ୍ଗପ୍ରତ୍ୟଙ୍ଗକୁ ଅମ୍ଲଜାନ ଏବଂ ପୋଷକ ତତ୍ତ୍ବ ପହଞ୍ଚିଥାଏ ଏବଂ ହୃଦୟ ସୁସ୍ଥ ରହିଥାଏ ।

Photo Credit : google

ଡାନ୍ସ ହାଡ଼କୁ ମଜଭୁତ କରିଥାଏ । ମାଂସପେଶୀକୁ ହାଲୁକା କରିବା ସହିତ ଓଜନକୁ ମଧ୍ୟ କଣ୍ଟ୍ରୋଲରେ ଆଣିଥାଏ । କ୍ୟାଲୋରି ବର୍ଣ୍ଣ ହେଉଥିବାରୁ ଶରୀରରେ ଜମିଥିବା ଚର୍ବି ମଧ୍ୟ କମ୍ ହୋଇଥାଏ । ମୋଟାପଣ କମାଇବାର ସହଜ ଉପାୟ ହେଉଛି ପ୍ରତିଦିନ ମନଖୋଲି ନାଚିବା ।

Photo Credit : google

ଡାନ୍ସ କରିବା ସମୟରେ ଶରୀରରୁ ଏଣ୍ଡୋର୍ଫିନ୍ (ଖୁସି ହର୍ମୋନ୍) ରିଲିଜ୍ ହୋଇଥାଏ ଯେଉଁ କାରଣରୁ ଟେନସନ୍ ଦୂର ହେବା ସହ ଦିନଟି ଖୁସିରେ ବିତିଥାଏ ।

Photo Credit : google