କେଉଁ ବୋତଲରେ ପାଣି ପିଇବା ଦେହ ପାଇଁ ହିତକର ?
ଅଧିକାଂଶ ଲୋକ ପ୍ଲାଷ୍ଟିକ୍ ବୋତଲର ବ୍ୟବହାର କରିଥା’ନ୍ତି । ଶସ୍ତା,ହାଲୁକା ଏବଂ ସହଜରେ ଉପଲବ୍ଧ ହେଉଥିବା ଏହି ପ୍ଲାଷ୍ଟିକ୍ ବୋତଲ କିନ୍ତୁ ଦେହ ପାଇଁ ହିତକର ନୁହେଁ । ଏହି ବୋତଲରୁ ମାଇକ୍ରୋପ୍ଲାଷ୍ଟିକ୍ ଶରୀର ଭିତରକୁ ପ୍ରବେଶ କରିଥାଏ ।
ଷ୍ଟିଲ୍ ବୋତଲ ପ୍ଲାଷ୍ଟିକ୍ ଅପେକ୍ଷା ଭାରି ହୋଇଥାଏ କିନ୍ତୁ ଏଥିରେ କୌଣସି କ୍ୟାମିକାଲ୍ ନିର୍ଗତ ହୋଇନଥାଏ । ଏହି ବୋତଲ ଉଭୟ ଗରମ ଏବଂ ଥଣ୍ଡା ପାଣିକୁ ଷ୍ଟୋର୍ କରିବାର ସାମର୍ଥ୍ୟ ରଖେ । ଏହି ବୋତଲକୁ ବାରମ୍ବାର ବ୍ୟବହାର କରାଯାଇପାରିବ ଏବଂ ଏହା ସ୍ବାସ୍ଥ୍ୟ ପକ୍ଷେ ମଧ୍ୟ ଭଲ ହୋଇଥାଏ ।
ତମ୍ବା ବୋତଲକୁ ଆୟୁର୍ବେଦରେ ଲାଭକାରୀ ବୋଲି ମନେ କରାଯାଏ । ଏଥିରେ ସାରା ରାତି ପାଣି ରଖି ସକାଳୁ ପିଇଲେ ପାଚନ କ୍ରିୟା ପାଇଁ ଭଲ ହୋଇଥାଏ । ଶରୀରରୁ ଟକ୍ସିନ୍ସ ବାହାରିବା ସହିତ ଇମ୍ୟୁନିଟି ମଧ୍ୟ ବୁଷ୍ଟ୍ ହୋଇଥାଏ । କିନ୍ତୁ ତମ୍ବା ବୋତଲକୁ ପ୍ରତିଦିନ ସଫା ନକଲେ ଏଥିରେ ଜଙ୍ଗ୍ ଲାଗି ପାଣି ପିତା ଲାଗିଥାଏ ।
କାଚ ବୋତଲ ସମ୍ପୂର୍ଣ୍ଣ ରୂପେ କ୍ୟାମିକାଲ୍ ଫ୍ରି । ଏହା ପାଣିର ସ୍ବାଦ ଏବଂ କ୍ବାଲିଟି ଉପରେ କୌଣସି ପ୍ରଭାବ ପକାଇନଥାଏ । ଯଦି ଆପଣ ଘର କିମ୍ବା ଅଫିସ୍ ପାଇଁ ବୋତଲ ଚୟନ କରୁଛନ୍ତି ତେବେ କାଚ ବୋତଲ ବ୍ୟବହାର କରିବା ବହୁତ ଭଲ ବିକଳ୍ପ ହେବ । ଏହା ସଫା ଦେଖାଯିବା ସହ ସଫା କରିବା ପାଇଁ ମଧ୍ୟ ସହଜ ହୋଇଥାଏ ।
ଆଜିର ସମୟରେ ସିଲିକନ୍ ବୋତଲର କ୍ରେଜ୍ ରହିଛି । ପ୍ରାୟତଃ ଟ୍ରାଭେଲ୍ କରୁଥିବା ବ୍ୟକ୍ତି କିମ୍ବା ବାଇକର୍ ଏହି ବୋତଲକୁ ବ୍ୟବହାର କରିଥା’ନ୍ତି । ଏହି ବୋତଲ ଫୋଲ୍ଡ ହେବା କାରଣରୁ ସହଜରେ କେଉଁଠିକୁ ବି ନେଇହୁଏ । ଏହା ନନ୍-ଟକ୍ସିନ୍ସ ଏବଂ ବିପିଏ-ଫ୍ରି ହୋଇଥିଲେ ହେଁ ଅଧିକ ଦିନ ପର୍ଯ୍ୟନ୍ତ ଲାଷ୍ଟିଙ୍ଗ୍ କରିନଥାଏ ।
ଆପଣ ଯେଉଁ ବୋତଲ ବ୍ୟବହାର କଲେ ମଧ୍ୟ ଏହାକୁ ଯଦି ପ୍ରତି ୨ ରୁ ୩ ଦିନ ମଧ୍ୟରେ ଭଲରେ ଧୋଇ ଶୁଖାଇବେ ନାହିଁ ତାହେଲେ ଏହା ଦେହ ପାଇଁ ଆଦୌ ଭଲ ନୁହେଁ ।