କନକବ୍ୟୁରୋ : ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ଭୁବନେଶ୍ବରରେ ୨୪କ୍ୟାରେଟ ସୁନା ୧୦ଗ୍ରାମ ପିଛା ଦର ୧ଲକ୍ଷ ୩୮ହଜାର ୫୫୦ ରହିଛି। ଗତକାଲି ତୁଳନାରେ ଆଜି ୩ହଜାର ୨ଶହରୁ ଅଧିକ ଟଙ୍କା ବଢ଼ିଛି। ସେହିପରି ୨୨କ୍ୟାରେଟ ସୁନା ୧୦ଗ୍ରାମ ପିଛା ଦାମ ୧ଲକ୍ଷ ୨୨ହଜାର ଟଙ୍କା ରହିଛି। ଯାହା ଗତକାଲି ତୁଳନାରେ ୩ହଜାରରୁ ଅଧିକ ଟଙ୍କା ବଢ଼ିଛି। ଏହାସହ ଆଜି ସୁନା ଦର ସର୍ବକାଳୀନ ସ୍ତରରେ ପହଞ୍ଚିଛି ।
ରେକର୍ଡ ସ୍ତରରେ ସୁନା ଦର
ଭୁବନେଶ୍ବରରେ ୨୪କ୍ୟାରେଟ ସୁନା ୧୦ଗ୍ରାମ ୧ଲକ୍ଷ ୩୮ହଜାର ଟପିଛି
୧୦ ଗ୍ରାମ ଦର ୧ଲକ୍ଷ ୩୮ହଜାର ୫୫୦
୨୨କ୍ୟାରେଟ ସୁନା ଦର ୧ଲକ୍ଷ ୨୨ହଜାର ଟଙ୍କା ରହିଛି
ଆଜି ସୁନା ଦର ସର୍ବକାଳୀନ ସ୍ତରରେ ପହଞ୍ଚିଛି
ସୁନା ଦର ବଢ଼ିବାର ଅନେକ କାରଣ ରହିଛି
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ
ରୁଷ-ୟୁକ୍ରେନ ଯୁଦ୍ଧ ଓ ବିଶ୍ବବ୍ୟାପୀ ଅଶାନ୍ତି ଭିତରେ ସୁନାରେ ନିବେଶ ବଢ଼ୁଛି
ସୁନାରେ ନିବେଶ କରିବା ସୁରକ୍ଷିତ ବୋଲି ଭାବୁଛନ୍ତି ନିବେଶକ
ଫଳରେ ସୁନା ଦର ବଢ଼ିବାରେ ଲାଗିଛି
ରିଜର୍ଭ ବ୍ୟାଙ୍କରେ ସୁନା ଭରିଚାଲିଛି ଚୀନ୍
ଗୋଟିଏ ବର୍ଷରେ ୯୦୦ଟନ୍ରୁ ଅଧିକ ସୁନା କିଣିଛି ଚୀନ୍
ଫଳରେ ଉପରମୁହାଁ ହେଉଛି ସୁନା ଦର
କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ଡଲାର ଉପରୁ ନିର୍ଭରତା କମ୍ କରିବାକୁ ଚାହୁଛନ୍ତି
ସେଥିପାଇଁ ନିଜ ଭଣ୍ଡାରରେ ସୁନା ଭାଗ ବଢ଼ାଉଛନ୍ତି
ଚାହିଦା ବଢ଼ୁଥିବାରୁ ଦର ବି ବଢ଼ୁଛି
ଭାରତୀୟ ସେୟାର ବଜାରରେ ଅନିଶ୍ଚିତତା ବି ସୁନାଦର ବଢ଼ିବାର କାରଣ
ବିବାହ ଋତୁରେ ସୁନା ଚାହିଦ ବଢ଼ିଛି
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୩୮,୫୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୨୭,୦୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୮,୫୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୨୭,୦୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୩୮,୫୫୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୨୭,୦୦୦ ଟଙ୍କା ରହିଛି ।
ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୩୮,୭୦୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୨୭,୧୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୩୯,୩୧୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୨୭,୭୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୩୮,୫୫୦ ଓ ୧,୨୭,୦୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୨୩,୦୦୦ ଟଙ୍କା ହୋଇଛି ।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/23/gold-rate-2025-12-23-12-34-38.jpg)