କନକ ବ୍ୟୁରୋ: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ମାସେ ବିତିଲାଣି । କିନ୍ତୁ ତାଙ୍କ ମୃତ୍ୟୁର କାରଣକୁ ନେଇ ବିବାଦ ଏବେବି ଥମିନି । ପୁଅ ମୃତ୍ୟୁର ମାସେ ପରେ ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନ ସାଗରଙ୍କ ମାଆ ଶେଫାଳି ସୁନା । ହ୍ୟୁମାନଙ୍କ ମା’ଙ୍କ ଅଭିଯୋଗ ଆଧାରରେ ମୋଟ୍ ୯ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହାସହ ୩ ଜଣଙ୍କୁ ନୋଟିସ୍ ଜାରି କରିଛି । ସେହି ୩ ଜଣ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏନଏସ ଧାରା ୩, ୬୧, ୩୧୮, ୧୧୫(ବି), ୩୫୧(ବି) ଭଳି ଦଫା ଲଗାଇଛି ପୁଲିସ୍ । ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ହ୍ୟୁମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଶୁଭେନ୍ଦୁ ମିଶ୍ର, ବାନ୍ଧବୀ ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ମ୍ୟାନେଜର ଦିନେଶ ବେହେରା, ମହମ୍ମଦ ଆବିଦ୍ ଓରଫ ବବ୍ଲୁ, ପ୍ରଶାନ୍ତ ବେହେରା, ସୋମେଶ ଶତପଥୀ, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତିଙ୍କ ନାଁରେ ଏତଲା ଦାୟର କରାଯାଇଛି ।
ଯୁବ ଇଞ୍ଜିନିୟରଙ୍କ କୁକୁଡ଼ା ଚାଷ, ଉନ୍ନତ ପ୍ରଣାଳୀରେ କୁକୁଡ଼ା ଫାର୍ମ କରି ଚର୍ଚ୍ଚାରେ ରାଜେଶ
ହ୍ୟୁମାନଙ୍କ ମୃତ୍ୟୁ: ୯ ଜଣଙ୍କ ନାଁରେ ମାମଲା
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର କେମିତି ହେଲା ମୃତ୍ୟୁ?
ମାସେ ପରେ ଥାନାରେ ଏତଲା ଦେଲେ ମାଆ ଶେଫାଳି
୯ ଜଣଙ୍କ ନାଁରେ ମାମଲା ରୁଜୁ
ହାଜର ହେବାକୁ ୩ ଜଣଙ୍କୁ ନୋଟିସ୍
ପୁଲିସ ଲଗାଇଲା ସଙ୍ଗିନ ଦଫା
ବିଏନଏସ ଧାରା ୩, ୬୧, ୩୧୮, ୧୧୫(ବି), ୩୫୧(ବି) ଭଳି ଦଫା
ପତ୍ନୀ ଶ୍ରେୟା, ମ୍ୟାନେଜର, ଡାକ୍ତରଙ୍କ ସମେତ ୯ ଜଣଙ୍କ ନାଁରେ ଏତଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/22/1-2025-12-22-07-30-13.jpg)