କନକ ବ୍ୟୁରୋ: ଦିନ ଥିଲା ୧୯୯୯ ମସିହା ଡିସେମ୍ବର ୨୪ ତାରିଖ । ଅପରାହ୍ଣ ୪ଟା ବାଜିବା କ୍ଷଣି କାଠମାଣ୍ଡୁରୁ ଦିଲ୍ଲୀକୁ ଉଡ଼ାଣ ଭରିଥିଲା ଇଣ୍ଡିଆନ ଏୟାରଲାଇନ୍ସର IC-814  । ଯାତ୍ରୀମାନେ କେବେ କଳ୍ପନା ବି କରିନଥିଲେ ଘଣ୍ଟାଏ ଭିତରେ ତାଙ୍କ ସହ କଣ ହେବାକୁ ଯାଉଛି । ଇଣ୍ଡିଆନ୍ସ ଏୟାରଲାଇନ୍ସର ଏହି ବିମାନର ୧୫ କ୍ରୁ ସଦସ୍ୟଙ୍କ ଥିଲେ  ୧୭୬ ଜଣ ଯାତ୍ରୀ । ଉଡ଼ାଣ ଭରିବାର ଘଣ୍ଟାଏ ଭିତରେ ୫ ଜଣ ଆତଙ୍କୀ ବିମାନକୁ କାବୁ କରିନେଇଥିଲେ । ବିମାନଟିକୁ ଅମୃତସର, ଲାହୋର, ଦୁବାଇ ଏବଂ ଶେଷରେ ତାଲିବାନ ନିୟନ୍ତ୍ରଣରେ ଥିବା ଆଫଗାନିସ୍ତାନର କାନ୍ଦାହାରକୁ ନେଇଯାଇଥିଲେ ।  ସେମାନଙ୍କର ଦୀର୍ଘ ଦାବି ମୁତାବକ ଶେଷରେ ଭାରତୀୟ ଜେଲରେ ବନ୍ଦୀ ଥିବା ତିନି କୁଖ୍ୟାତ  ଆତଙ୍କବାଦୀ- ମସୁଦ ଆଝାର, ଅହମ୍ମଦ ଓମାର ସୟିଦ ଶେଖ ଏବଂ ମୁସ୍ତାକ ଅହମ୍ମଦ ଜରଗରଙ୍କୁ ମୁକ୍ତ କରିବା ପାଇଁ ସର୍ତ୍ତ ରଖିଥିଲେ । ଶେଷରେ ଦୀର୍ଘ ଆଠ ଦିନର ଆଲୋଚନା ପରେ ଯାତ୍ରୀଙ୍କ ସୁରକ୍ଷା ବଦଳରେ ଭାରତ ସରକାର ଏହି ତିନି ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲେ । ଏହି ଆଲୋଚନା ବେଳେ ଜଣେ ଭାରତୀୟଙ୍କ ପ୍ରାଣହାନୀ ହୋଇଥିଲା । 

Advertisment

ଏହି ଅଭିଶପ୍ତ ଘଟଣାରେ ରୁପିନ୍ କତ୍ୟାଲ ନାମକ ଜଣେ ଯାତ୍ରୀଙ୍କୁ ଆତଙ୍କବାଦୀମାନେ ନିର୍ମମ ଭାବେ ହତ୍ୟା କରିଥିଲେ ।  ଏହି ବିମାନ ଅପହରଣ ଭାରତ-ପାକିସ୍ତାନ ସମ୍ପର୍କକୁ ଆହୁରି ତିକ୍ତ କରିଦେଇଥିଲା । ଏ ହାଇଜ୍ୟାକ୍‌ ଘଟଣା ଜୈଶ୍-ଏ -ମହମ୍ମଦ ଭଳି ନୂତନ ଆତଙ୍କବାଦୀ ସଙ୍ଗଠନର ଜନ୍ମ ହୋଇଥିଲା ।  IC 814 ବିମାନ ଅପହରଣ ଘଟଣାରେ ପାଞ୍ଚ ଜଣ ଅପହରଣକାରୀଙ୍କ ମୁଖ୍ୟ ଭୂମିକା ରହିଥିଲା, ଯେଉଁମାନେ ସ୍ୱତନ୍ତ୍ର 'କୋଡ୍ ନେମ୍‌' ରଖିଥିଲେ। ଏହି ସମସ୍ତ ଅପହରଣକାରୀ ପାକିସ୍ତାନୀ ନାଗରିକ ଥିଲେ । ଏମାନଙ୍କ ମଧ୍ୟରେ ବହାୱାଲପୁରରୁ ଇବ୍ରାହିମ, କରାଚୀରୁ ଶାହିଦ, ସନି, ଜାହୁର ଏବଂ ସୁକ୍କୁରରୁ ଶକିଲ ସାମିଲ ଥିଲେ। ଏହି ଅପହରଣର ମାଷ୍ଟରମାଇଣ୍ଡ ଥିଲା ମସୁଦ ଆଝାରଙ୍କ ଭାଇ ଅବଦୁଲ ରୌଫ ଆଝାର ଏବଂ ମହମ୍ମଦ ୟୁସୁଫ ଆଝାର । ଏହି ଦୁଇଜଣ ପୂରା ଅପହରଣର ଯୋଜନା ଏବଂ ସମନ୍ୱୟ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।  ମୋଟ ୭ ଜଣ ଆତଙ୍କୀ ଭାରତୀୟ ବିମାନ ହାଇଜ୍ୟାକ୍‌ କରିଥିଲେ ।

ଅଧିକ ପଢନ୍ତୁ : କିଏ ଟ୍ରେନ ହାଇଜାକ୍ କରିଥିବା ବଲୁଚ ଲିବରେସନ୍ ଆର୍ମୀ? ଯିଏ ପାକିସ୍ତାନ ଆର୍ମିକୁ ନାକରେ ପାଣି ପିଆଉଛି

ଏହି ୭ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୪ ଜଣଙ୍କୁ ବିଭିନ୍ନ ଅପରେସନରେ ନିପାତ କରିଛି ଭାରତୀୟ ସେନା । ଏବେ ବି ୩ ଜଣ ଆତଙ୍କୀ ଜୀବିତ ରହିଥିବା କୁହାଯାଉଛି । ମସୁଦ ଅଜହରର ୨୦୨୫ ଡିସେମ୍ବର ସୁଧା ମୃତ୍ୟୁ ହୋଇଥିବା କୌଣସି ପ୍ରମାଣ ମିଳିନି । ହାଇଜ୍ୟାକ୍‌ରେ ସାମିଲ ଥିବା କରାଚୀର ଅହମ୍ମଦ କାଜିର ବି ମୃତ୍ୟୁ ହୋଇଥିବା କୌଣସି ରିପୋର୍ଟ ନାହିଁ । ହାଇଜ୍ୟାକ୍‌ରେ ସାମିଲ ଥିବା ଶକିର ସୁକ୍କୁର ଏବେ ବ ଅଜ୍ଞାତ ବାସରେ ରହିଛି ।  ୨୬ ବର୍ଷ ତଳର ସେହି ଘଟଣା ଆଜି ବି ପ୍ରତିଟି ଭାରତୀୟ ମନରେ କଷ୍ଟ ଦେଉଛି । ଭାରତ ଛାଡ଼ି ଦେଇଥିବା କୁଖ୍ୟାତ ଅପରାଧୀ ମସୁଦ ଅଝହର ପାକିସ୍ତାନ ଯିବା ପରେ ଭାରତରେ ଅନେକ ଆତଙ୍କୀ କାର୍ଯ୍ୟକଳାପ ଘଟାଇଛି । ସେ ୨୬/୧୧ ମୁମ୍ବାଇ ଆକ୍ରମଣ ହେଉ କି…ଉରୀ ଘଟଣା… ପୁଲୱାମା ଆତଙ୍କବାଦୀ ଘଟଣାରୁ ପହଲଗାମ ଆତଙ୍କୀ ହମଲା ପର୍ଯ୍ୟନ୍ତରେ ସବୁଥିରେ ସାମିଲ ରହିଛି ମସୁଦ ଅଝହର ।