କନକ ବ୍ୟୁରୋ: କ୍ରମାଗତ ଆକାଶ ଛୁଇଁବା ପରେ, ଖସିଲା ସୁନା ରୁପା ଦର । ରେକର୍ଡ ଭାଙ୍ଗୁଥିବା ସୁନା ରୁପା ଦର ହ୍ରାସ ପାଇଛି । ଫଳରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ କେତେ ରହିଛି ସୁନା ରୁପା ଦର, ଆସନ୍ତୁ ଜାଣିବା ।
- ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧ଶହ ୧୩ ଟଙ୍କା କମିଛି
- ୧ ଲକ୍ଷ ୩୩ ହଜାର ୨୪୯ ଟଙ୍କାରୁ ୧ ଲକ୍ଷ ୩୨ ହଜାର ୧୩୬କୁ ଖସିଛି ସୁନା
- ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ହଜାର ୧୯ ଟଙ୍କା ହ୍ରାସ ପାଇଛି
- ରୁପା ଦର କିଲୋଗ୍ରାମ ପ୍ରତି ୧୪ଶହ ୪୬ ଟଙ୍କା କମିଛି
ଏତେ ଖେଳାଳିଙ୍କୁ ନିଲାମ କରାଇଲେ, କିଏ ଏ ମହିଳା ଜଣକ ?
- ୧ ଲକ୍ଷ ୯୩ ହଜାର ୪୧୭ ଟଙ୍କାରୁ ୧ ଲକ୍ଷ ୯୧ ହଜାର ୯୭୧କୁ ଖସିଛି ରୁପା
- ଲାଭ କମାଇବାକୁ ନିବେଶକ ବିକ୍ରି ଆରମ୍ଭ କରିବାରୁ ଖସୁଥାଇପାରେ ଦାମ୍
- ଘରୋଇ ଖାଉଟି ବଜାରରେ ସୁନା-ରୁପା ଚାହିଦା କମିଥିବା ସୂଚନା
- କିଛି ଦିନ ତଳେ ୧୦ ଗ୍ରାମ ସୁନା ଦର ଥିଲା ୧ ଲକ୍ଷ ୩୫ ହଜାର ଟଙ୍କା
- ରୁପା କିଲୋ କିଛି ଦିନ ତଳେ ୨ ଲକ୍ଷ ଟଙ୍କା ଟପିଥିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/17/1-2025-12-17-07-39-17.jpg)