କନକ ବ୍ୟୁରୋ: ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି ଟଙ୍କା । ଟଙ୍କା ମୂଲ୍ୟ ଡଲାର ତୁଳନାରେ ରେକର୍ଡ ସର୍ବନିମ୍ନ ୯୦ ଟଙ୍କା ୫୮ ପଇସାକୁ ଖସିଆସିଛି । ଯାହା ଲଗାତାର ଦ୍ୱିତୀୟ ସପ୍ତାହର ନିମ୍ନ ରେକର୍ଡ । ଆମେରିକୀୟ ଡଲାର ମଜଭୁତ ହେବାର ପ୍ରଭାବରେ ଟଙ୍କା ମୂଲ୍ୟରେ ଏଭଳି ହ୍ରାସ ଘଟିଛି । ଫଳରେ ଚାପଗ୍ରସ୍ତ ହୋଇଛି ଭାରତୀୟ ଅର୍ଥନୀତି । ନିବେଶକମାନେ ସୁରକ୍ଷିତ ନିବେଶ ପାଇଁ ବିକଳ୍ପ ଖୋଜୁଛନ୍ତି ଏବଂ ଡଲାର ଆଡ଼କୁ ମୁହାଁଇଛନ୍ତି । ବିଦେଶୀ ନିବେଶକମାନେ ମଧ୍ୟ ଭାରତୀୟ ବଜାରରୁ ପାଣ୍ଠି ପ୍ରତ୍ୟାହାରକୁ ତ୍ୱରାନ୍ୱିତ କରିଛନ୍ତି । ଫଳ ସ୍ୱରୂପ, ଟଙ୍କା ଦୁର୍ବଳ ହେଉଛି ଏବଂ ବୃଦ୍ଧି ପାଉଛି ଡଲାରର ଚାହିଦା । ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିବା ବେଳେ ଦୁଇଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତିରେ ବିଳମ୍ବ, ଆମେରିକାର ଆର୍ଥିକ ନୀତି ଏବଂ ଆମେରିକୀୟ ଫେଡେରାଲ ରିଜର୍ଭର ସୁଧହାର ବୃଦ୍ଧି ଯୋଗୁ ଟଙ୍କା ଉପରେ ଚାପ ବଢୁଛି । ଆମଦାନି ବଢ଼ିବା ଏବଂ ରପ୍ତାନି କମିବା ଯୋଗୁଁ ଏହି ସ୍ଥିତି ଆହୁରି ଖରାପ ହେଉଛି । ଅର୍ଥନୀତିଜ୍ଞମାନେ କହୁଛନ୍ତି ଯେ, ଯଦି ଚୁକ୍ତି ଶୀଘ୍ର ନହୁଏ, ଟଙ୍କା ଆହୁରି ଦୁର୍ବଳ ହେବ। ଏହାର ପ୍ରଭାବରେ ଆମଦାନି ଜିନିଷର ମୂଲ୍ୟ ବଢ଼ିବ ଏବଂ ସାଧାରଣ ଲୋକଙ୍କ ବୋଝ ପଡ଼ିବ। ଆରବିଆଇ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ।
ଆଜିଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତିନି ଦେଶ ଗସ୍ତ: ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟ
ଦୁର୍ବଳ ହେଉଛି ଟଙ୍କା
ଭାରତୀୟ ଟଙ୍କା ଡଲାର୍ ତୁଳନା ରେକର୍ଡ ନିମ୍ନସ୍ତର ୯୦ ଟଙ୍କା ୫୮ ଖସିଲା
ଲଗାତାର ଦ୍ୱିତୀୟ ସପ୍ତାହର ନୂଆ ରେକର୍ଡ
ପ୍ରଥମ ଥର ଡଲାର ତୁଳନାରେ ଟଙ୍କା ୯୦ ତଳେ ଅଛି
ମୁଖ୍ୟ କାରଣ: ଆମେରିକା ସହ ବାଣିଜ୍ୟ ଚୁକ୍ତିରେ ବିଳମ୍ବ
ଆମେରିକା ଭାରତ ଉପରେ ୫୦% ଶୁଳ୍କ ଲଗାଇଛି
ଯାହା ରପ୍ତାନିକୁ ପ୍ରଭାବିତ କରୁଛି
ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ମୁହଁ ଫେରାଉଛନ୍ତି
ଡଲାର୍ ମଜଭୁତ ହେବା ଏବଂ ବିଶ୍ୱ ଅନିଶ୍ଚିତତା ଟଙ୍କାକୁ ଦୁର୍ବଳ କରୁଛି
ଅର୍ଥନୀତିଜ୍ଞମାନେ କହୁଛନ୍ତି ଚୁକ୍ତି ନହେଲେ ଟଙ୍କା ଆହୁରି ଖସିବ
ପ୍ରଭାବ: ଆମଦାନୀ ଜିନିଷ ମହଙ୍ଗା ହେବ, ମୁଦ୍ରାସ୍ଫୀତି ବଢ଼ିବ
ରିଜର୍ଭ ବ୍ୟାଙ୍କ ଏହା ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/15/22-2025-12-15-14-53-04.jpg)