ରୂପା ଗ୍ଲାସରେ ପାଣି ପିଇଲେ କ’ଣ ହୁଏ ?
ଜ୍ୟୋତିଷଶାସ୍ତ୍ରରେ ରୁପା ବା ଚାନ୍ଦିକୁ ପବିତ୍ର ଧାତୁର ମାନ୍ୟତା ଦିଆଯାଇଛି । ରୁପା ଚନ୍ଦ୍ରଦେବ ଏବଂ ଶୁକ୍ରଦେବଙ୍କ କାରକ ବୋଲି ମନେ କରାଯାଏ ।
ଚନ୍ଦ୍ରମା ସକାରାତ୍ମକ ତେଜକୁ ବଢ଼ାଇଥା’ନ୍ତି । ରୁପା ଗ୍ଲାସରେ ପାଣି ପିଇଲେ ରାହୁ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଚନ୍ଦ୍ରମା ଶକ୍ତିଶାଳୀ ହେଲେ ମାନସିକ ଚାପରୁ ମନୁଷ୍ୟ ମୁକ୍ତି ପାଇଥାଏ ଏବଂ ମନୁଷ୍ୟକୁ ଆତ୍ମିକ ଶାନ୍ତି ପ୍ରାପ୍ତ ହୁଏ ।
ରୁପା ଗ୍ଲାସରେ ପାଣି ପିଇଲେ ଶୁକ୍ର ମଜଭୁତ ହେବା ସହ ଧନ,ସମୃଦ୍ଧି ଏବଂ ସମ୍ମାନ ମଧ୍ୟ ପ୍ରାପ୍ତ ହୁଏ ।
ରାତିରେ ଚାନ୍ଦି ଗ୍ଲାସରେ ପାଣି ରଖି ସକାଳୁ ସକାଳୁ ପିଇଲେ ମନରୁ ଦୁଃଚିନ୍ତା ଦୂର ହେବା ସହ ଶାନ୍ତି ମିଳେ । ଏହାଦ୍ବାରା ଚନ୍ଦ୍ରମା ମଜଭୁତ ହେବା ସହ ଅଟକିଥିବା କାମ ମଧ୍ୟ ସଠିକ ସମୟରେ ହୋଇଥାଏ । ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ରୁପା ଗ୍ଲାସରେ ପାଣି ପିଇଥା’ନ୍ତି ।