ଆଣ୍ଠୁବ୍ୟଥାରୁ ଉପଶମ ପାଇବା ପାଇଁ କ’ଣ ଖାଇବେ ?
ବର୍ତ୍ତମାନ ସମୟରେ ଜୀବନଚର୍ଯ୍ୟାରେ ଅବହେଳା ଯୋଗୁଁ ଅନେକ ଲୋକ ଅଳ୍ପ ବୟସରୁ ହିଁ ଆଣ୍ଠୁବ୍ୟଥା ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି । ଯଦି ଆପଣ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଖାଦ୍ୟପେୟରେ ଧ୍ୟାନ ଦେଲେ ଆଣ୍ଠୁବ୍ୟଥାରୁ ଉପସମ ପାଇପାରିବେ । ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କ’ଣ ଖାଇବେ ଆସନ୍ତୁ ଜାଣିବା ।
କମଳା : ଡାଏଟରେ ସାମିଲ କରନ୍ତୁ କମଳା । ଏଥିରେ ନା’ କେବଳ ଆପଣଙ୍କୁ ଆଣ୍ଠୁବ୍ୟଥାରୁ ମୁକ୍ତି ମିଳିବ ଶରୀରର ଇମ୍ୟୁନିଟି ସିଷ୍ଟମ୍ ମଧ୍ୟ ଷ୍ଟ୍ରଙ୍ଗ୍ ହେବ । କମଳାରେ ଭରପୂର ମାତ୍ରାରେ ଭିଟାମିନ୍-ସି ଥାଏ ।
ସପୁରି : ଡାଏଟରେ ସାମିଲ କରନ୍ତୁ ସପୁରି । ଖାଇବାରେ ସ୍ବାଦିଷ୍ଟ ଲାଗୁଥିବା ଏହି ଫଳରେ ବ୍ରୋମେଲିନ୍ ନାମକ ଏନଞ୍ଜାଇମ୍ ଥାଏ ଯାହା ଆଣ୍ଠୁବ୍ୟଥାରୁ ହେଉଥିବା ଯନ୍ତ୍ରଣାକୁ କମାଇବାରେ ସାହାଯ୍ୟ କରିଥାଏ ।
ଅଦା : ଅଦାରେ ଭିଟାମିନ୍ ,କ୍ୟାଲସିୟମ୍ , ଆଇରନ୍ , ଜିଙ୍କ୍ , ମ୍ୟାଗ୍ନେସିୟମ୍ , ପୋଟାସିୟମ୍ ଏବଂ ଆଣ୍ଟି-ଇନ୍ଫେମେଟରି ଗୁଣ ଥାଏ । ଯାହା ଆଣ୍ଠୁବ୍ୟଥାରୁ ତୁରନ୍ତ ମୁକ୍ତି ଦେଇଥାଏ ।
ଅଖରୋଟ୍ : ଡ୍ରାଏଫ୍ରୁଟ୍ସ ମଧ୍ୟ ଆଣ୍ଠୁବ୍ୟଥା ପାଇଁ ଭଲ ହୋଇଥାଏ । ଯେଉଁଥିରେ ଅଖରୋଟ୍ ମଧ୍ୟ ସାମିଲ ଅଛି । ଏଥିରେ ଭିଟାମିନ୍-ଡି ଏବଂ କ୍ୟାଲସିୟମ୍ ଭଳି ପୋଷକ ତତ୍ତ୍ବ ରହିଥାଏ ।
କ୍ଷୀରରେ ହଳଦୀ ମିଶାଇ ପିଅନ୍ତୁ : ପ୍ରତିଦିନ କ୍ଷୀରରେ ହଳଦୀ ମିଶାଇ ପିଇଲେ ନା’ କେବଳ ହାଡ଼ ମଜଭୁତ ହେବ ବରଂ ଆଣ୍ଠୁବ୍ୟଥା ମଧ୍ୟ ଦୂର ହେବ ।