ଗ୍ରାମାଞ୍ଚଳରେ କମିଛି ବେକାରି ହାର

ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି। କେନ୍ଦ୍ର ସରକାର ଜାରି କରିଥିବା ନଭେମ୍ବର ମାସ ତଥ୍ୟରୁ ଏହା ଜଣାପଡ଼ିଛି।

Photo Credit : kanaknews

ଗ୍ରାମାଞ୍ଚଳରେ କମିଛି ବେକାରି ହାର

ନଭେମ୍ବରରେ ଗ୍ରାମୀଣ ବେକାରି ହାର ୩.୯ ପ୍ରତିଶତ ଓ ସହରାଞ୍ଚଳରେ ତାହା ୬.୫ ପ୍ରତିଶତ ରହିଛି। ଉଭୟ ପୁରୁଷ ଓ ମହିଳାଙ୍କୁ ନଭେମ୍ବରରେ ଅଧିକ କାମ ମିଳିଥିଲା। ସେଥିପାଇଁ ମହିଳା ବର୍ଗରେ ବେକାରି ହାର ୪.୮ ପ୍ରତିଶତକୁ ଖସିଆସିଛି।

Photo Credit : kanaknews

ଗ୍ରାମାଞ୍ଚଳରେ କମିଛି ବେକାରି ହାର

ମହିଳା ବର୍ଗରେ ବେକାରି ହାର ୪.୮ ପ୍ରତିଶତକୁ ଖସିଆସିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମହିଳା ବେକାରି ହାର ୩.୪ ପ୍ରତିଶତ ଓ ୯.୩ ପ୍ରତିଶତକୁ ହ୍ରାସ ପାଇଛି। ମୋଟ ଉପରେ ପୁରୁଷ ବେକାରି ହାର ଗତ ଅକ୍ଟୋବରର ୫.୧ ପ୍ରତିଶତ ତୁଳନାରେ ନଭେମ୍ବରରେ ୪.୬ ପ୍ରତିଶତକୁ ହ୍ରାସ ପାଇଛି।

Photo Credit : kanaknews

ଗ୍ରାମାଞ୍ଚଳରେ କମିଛି ବେକାରି ହାର

ଗ୍ରାମାଞ୍ଚଳରେ ପୁରୁଷ ବେକାରି ହାର ୪.୧ ପ୍ରତିଶତକୁ ଓ ସହରା‌ଞ୍ଚଳରେ ୫.୬ ପ୍ରତିଶତକୁ ହ୍ରାସ ପାଇଛି। ସରକାର ଏହା ମଧ୍ୟ ଜଣାଇଛନ୍ତି ଯେ ଚଳିତ ବର୍ଷ ଏପ୍ରିଲ୍‌ରୁ ନଭେମ୍ବର ମଧ୍ୟରେ ପୁରୁଷ, ମହିଳା ଓ ସବୁ ବର୍ଗରେ ବେକାରି କମ୍ ହୋଇଛି। ଗ୍ରାମାଞ୍ଚଳରେ ବେକାରି ଯଥେଷ୍ଟ କମ୍ ହୋଇଛି। ଗ୍ରାମାଞ୍ଚଳରେ ବେକାରି ଯଥେଷ୍ଟ କମ୍ ହୋଇଛି। ସହରାଞ୍ଚଳରେ ଏହା ସାମାନ୍ୟ ଅଧିକ ଥିଲେ ମଧ୍ୟ ଧୀରେ ଧୀରେ ସେଥିରେ ସୁଧାର ଘଟୁଛି।

Photo Credit : kanaknews