କନକ ବ୍ୟୁରୋ : ନୂଆ ବର୍ଷରେ ଓଡ଼ିଶାକୁ ମିଳିବ ନୂଆ ମୁଖ୍ୟ ଶାସନ ସଚିବ । ଏବେ ଉନ୍ନୟନ କମିସନର ଥିବା ଅନୁ ଗର୍ଗ ବନିବେ ନୂଆ ମୁଖ୍ୟ ଶାସନ ସଚିବ । ଏଥିସହ ସେ ହେବେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ । ୨୦୨୪ରୁ ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରୁଛି । ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅନୁ ଗର୍ଗ । ବିଭିନ୍ନ ପଦ ପଦବୀରେ ଦୀର୍ଘ ଅଭିଜ୍ଞତା ସହ ରହିଛି ଗୁରୁଦାୟିତ୍ୱ ତୁଲାଇବାର ଦକ୍ଷତା । ନଜର ପକାନ୍ତୁ ଉନ୍ନୟନ କମିସନର ଥିବା ଆଇଏଏସ୍ ଅନୁ ଗର୍ଗଙ୍କ ସଂପର୍କିତ ଅଧିକ କିଛି ତଥ୍ୟ ଉପରେ..
- ୧୯୯୧ ବ୍ୟାଚ୍ର ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅନୁ ଗର୍ଗ
- ଏବେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଛନ୍ତି
- ଜଳ ସଂପଦ ଏବଂ ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଛନ୍ତି
- ପୂର୍ବରୁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଶ୍ରମ ବିଭାଗର ପ୍ରମୁଖ ସଚିବ ଥିଲେ
- ୨୦୦୮ ରୁ ୨୦୧୨ ଯାଏଁ ସ୍ୱାସ୍ଥ୍ୟ କମିସନର ତଥା ସଚିବ ଥିଲେ
- କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ ତୁଲାଇଛନ୍ତି ଗୁରୁ ଦାୟିତ୍ୱ
- ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ବୟନ ଶିଳ୍ପ ମନ୍ତ୍ରାଳୟ ଆଦିର ଯୁଗ୍ମ ସଚିବ ଭାବେ ରହିଛି ଅଭିଜ୍ଞତା
- ୧୯୯୨ରୁ ୨୦୦୩ ଯାଏଁ ଥିଲେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ
- ଭାରତ ସରକାରଙ୍କ ପ୍ଲାନିଂ କମିସନ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳର ସଦସ୍ୟ ଥିଲେ
- ଦିଲ୍ଲୀ ଓ ଲକ୍ଷ୍ନୌ ସହ ଆମେରିକାରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି ଏହି ବରିଷ୍ଠ ପ୍ରଶାସକ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/24/anu-garg-cs-2025-12-24-20-13-48.jpg)